ଟିମ୍ ହୋଇ କାମ କଲେ ହେବ କେନ୍ଦୁଝରର ସାମଗ୍ରିକ ବିକାଶ
ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ କେନ୍ଦୁଝର, ୦୬ ନଭେମ୍ବର(ହି.ସ.) – କେବଳ ପ୍ରକଳ୍ପ ଘୋଷଣା କିମ୍ବା ଶିଳାନ୍ୟାସ କରିଦେଲେ ହେବନାହିଁ, ଏହାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଟିମ୍ ଭାବେ କାମ କରିବାକୁ ଜିଲ୍ଲାର ସମସ୍ତ ବର୍ଗର ଲୋକଙ
Joint work


ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୦୬ ନଭେମ୍ବର(ହି.ସ.) – କେବଳ ପ୍ରକଳ୍ପ ଘୋଷଣା କିମ୍ବା ଶିଳାନ୍ୟାସ କରିଦେଲେ ହେବନାହିଁ, ଏହାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଟିମ୍ ଭାବେ କାମ କରିବାକୁ ଜିଲ୍ଲାର ସମସ୍ତ ବର୍ଗର ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

କେନ୍ଦୁଝର ବିକାଶ ପାଇଁ ଆରମ୍ଭ ହୋଇଥିବା ଏହି ନୂଆ ଅଧ୍ୟାୟ ସେତେବେଳେ ସଫଳ ହେବ, ଯେତେବେଳେ ସରକାର, ପ୍ରଶାସନ ଓ ଜନସାଧାରଣ ଏକାଠି ହୋଇ କାମ କରିବେ। ୧୨୯୧ କୋଟି ଟଙ୍କାର ୩୩୦ଟି ପ୍ରକଳ୍ପର ପ୍ରକୃତ ସୁଫଳ ଯେପରି ଜିଲ୍ଲାବାସୀଙ୍କ ପାଖରେ ପହଂଚିବ, ସେଥିପାଇଁ ସମସ୍ତଙ୍କ ସାମୂହିକ ଉଦ୍ୟମ ଓ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande