
ଭଦ୍ରକ, ୦୬ ନଭେମ୍ବର(ହି.ସ.) – ପରମ ବୈଷ୍ଣବୀ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ପୀଠରେ ୮ ନଭେମ୍ୱର ରବିବାର ଠାରୁ ପାଳିତ ହେବ ମହାଯଜ୍ଞ ର ରୌପ୍ୟ ଜୟନ୍ତୀ ଉତ୍ସବ। ସପ୍ତ ମାତୃକା ବେଶରେ ସାତ ଦିନ ଧରି ପୁଜା ପାଇବେ ମା ଭଦ୍ରକାଳୀ। ପୀଠରେ ମହାଯଜ୍ଞ ଓ ମାଙ୍କର ସପ୍ତ ମାତୃକା ବେଶ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ଚଳିତ ବର୍ଷ ପୀଠରେ ମହାଯଜ୍ଞର ରୌପ୍ୟ ଜୟନ୍ତୀଉତ୍ସବକୁ ଅତି ଆଡମ୍ବର ଓ ଯାକ ଜମକ ରେ ପାଳନ କରାଯାଉଛି। ସବୁଆଡ଼େ ଆଲୋକ ମାଳା, ତୋରଣ ବିଭିନ୍ନ୍ ସାଜ ସଜ୍ଜା ରେ ଅତି ଆକର୍ଷଣୀୟ ଦିଶୁଛି ମା ଭଦ୍ରକାଳୀଙ୍କ ପୀଠ। ଭକ୍ତମାନେ ଚଳିତ ବର୍ଷ ମାଙ୍କୁ ଦର୍ଶନ କରିବା ସହିତ ପୀଠରେ ପବିତ୍ର ଶିବ ରତ୍ନ ମଣି ଓ ଦୁର୍ଲ୍ଲଭ ଗୋମତୀ ଚକ୍ରକୁ ଦର୍ଶନ କରି ଆଶୀର୍ବାଦ ପ୍ରାପ୍ତ ହେବେ। ପ୍ରଥମ ଦିବସ ରବିବାର ମା ବେଦ ମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବେଦମାତା ବେଶ ସହିତ ପୀଠରେ ଆରମ୍ଭ ହେବ ମହାଯଜ୍ଞ। ଏହି ମହାଯଜ୍ଞର ମାନସିକ କଳସ ଶୋଭାଯାତ୍ରା ଅତି ନିଆରା ଢଙ୍ଗ ରେ ଆୟୋଜନ କରାଯାଇଚି। ଗଗନ ଗୁରୁଜୀ ଙ୍କ ମାର୍ଗ ଦର୍ଶନ ରେ ଦିବ୍ୟ ମହକୁମ୍ଭ ଶୋଭାଯାତ୍ରା ଅନୁଷ୍ଠିତ ହେବ।୧୦୦୮ ଭକ୍ତ ଘଟୋତଳନ କରୁଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୦ହଜାର ଭକ୍ତ ସମାଗମ ହେବ ବୋଲି ଆକଳନ କରାଯାଇଛି। ଗୁଜୁରାଟରୁ ଆସିଥିବା ନିଆରା ମୁଚୁଳାରେ ମହିଳା ଭକ୍ତ ଘଟ ମୁଣ୍ଡରେ ରଖିବେ। ମହିଳାମାନେ ତିନି ଭାଗରେ ବିଭକ୍ତ ହୋଇ ମହାଲକ୍ଷ୍ମୀ, ମହାକାଳୀ ଓ ମହାସରସ୍ୱତୀଙ୍କ ଉଦ୍ଦେଶ୍ୱରେ ଲାଲ, କଳା ଓ ହଳଦୀ ରଙ୍ଗର ଶାଢ଼ୀ ପରିଧାନ କରିବେ। ଆଗରେ ସେବାୟତ ଦୁଇ ଜଣ ପଣସ ଓ ଅନ୍ୟ ଦୁଇ ସେବାୟତ ଲାଲ କଦଳୀ ଗଛ ଧରି ଶୋଭାଯାତ୍ରାରେ ଚାଲିବେ। ଦୁଇ ଜଣ ମା ଙ୍କ ସେବକ ରାଜା ଓ ରାଣୀ ବେଶ ରେ ମାନସିକ କଳସ ଯାତ୍ରାରେ ଆଗରେ ରହିବେ। ଶୋଭାଯାତ୍ରା ର ଏହି ରୂପ ତଥା ନିୟମ କୁ ଶାସ୍ତ୍ରୀୟ ନିତି ଅନୁସାରେ କରାଯାଉଛି। ତିନି ପ୍ରକାର ବାଦ୍ୟ ଓ ଭଜନ କୀର୍ତନ, ବେଦ ପାଠରେ ଭକ୍ତମାନେ ଗ୍ରାମ ପରିକ୍ରମା ପୂର୍ବକ ପବିତ୍ର ସାଳନ୍ଦୀ ନଦୀ ରୁ ଜଳ ଉଠାଇ ମନ୍ଦିରକୁ ଆଣି କଳସ ମଣ୍ଡପ ରେ ଘଟ ସ୍ଥାପନା କରିବେ। କଳସ ମଣ୍ଡପ ରେ ଘଟ ସ୍ଥାପନା ପରେ ଯଜ୍ଞ ମଣ୍ଡପ ର ପୁଜା ରିତି ନୀତି କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। ମା ଭଦ୍ରକାଳୀଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସହିତ ସଂସାର ର ମଙ୍ଗଳ କାମନା ପୂର୍ବକ ଏହି ମହାଯଜ୍ଞ କରାଯାଉଛି ବୋଲି ଏହାର ବାର୍ତା ଦେଶ ବିଦେଶ ତଥା ଦେବାଲୋକ ପର୍ଯ୍ୟନ୍ତ ପ୍ରେରଣ କାରାଯିବ। ବାର୍ତା ପ୍ରେରକ ରୁପେ ମହେନ୍ଦ୍ର ଗିରୀ ପର୍ବତ ରୁ ଆସିଥିବା ଦୁଇଟି ଶୁଭ ବିହଙ୍ଗ କୁ ମା ଙ୍କ ମନ୍ଦିର ଶିଖର ରୁ ଉଡ଼ାଇ ଦିଆଯିବ। ଏହାର ଶାସ୍ତ୍ରୀୟ ମତ କୁ ମଧ୍ୟ ଭକ୍ତ ମାନଙ୍କ ସମ୍ମୁଖରେ ରଖାଯିବ। ମାନସିକ ଧାରୀ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ମନ୍ଦିର ପ୍ରସାଶନ ରରଫରୁ ପ୍ରସାଦ ବଂଟନ କରାଯିବା ର ବ୍ୟବସ୍ଥା କରାଯାଇଚି। ମହାଯଜ୍ଞର ପ୍ରତ୍ୟେକ ଦି୍ୱସ ରେ ପୀଠ ରେ ଚଣ୍ଡୀ ପାଠ, ଭାଗବତ ପାଠ, ରୁଦ୍ର।ଭିଶେକ, ଗୀତା ପାଠଓ ବେଦ ମନ୍ତ୍ର ରେ ପୀଠ ପ୍ରକମ୍ପିତ ହେବ। ନିଆରା ଆଧ୍ୟାତ୍ମିକ ପରିବେଶ ରେ ଭକ୍ତ ମାନେ ମାଙ୍କୁ ଦର୍ଶନ କରି କୃତାର୍ଥ ହୋଇ ପାରିବେ। ପୀଠ ରେ ପ୍ରତ୍ୟେକ ସନ୍ଧ୍ୟାରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ଦ୍ୱାରା ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ସାତ ଦିନ ମଧ୍ୟରେ ପାଲା, ପ୍ରବଚନ, ନୃତ୍ୟ, ପାଇକ ଆଖଡ଼ା, ଗୋଟିପୁଅ ନାଚ, କଳାଜିବି ଙ୍କ ନୃତ୍ୟ, ଭଜନ ସନ୍ଧ୍ୟା ଆଦି କାର୍ଯ୍ୟ କ୍ରମ ପରିବେଶନ ହେବ। ଗୋଟିଏ ଦିନ ସନ୍ଧ୍ୟା ରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଙ୍କ ମାର୍ଗ ଦର୍ଶନ ରେ ବିଭିନ୍ନ ଧାମ ରୁ ସାଧୁ ସନ୍ଥ ମାନେ ମା ଙ୍କ ପୀଠକୁ ଆସି ପୀଠରେ ମା ଙ୍କ ଉଦଦେଶ୍ୟରେ ଦିବ୍ୟ ଆରତୀ କରିବାର କାର୍ଯ୍ୟ କ୍ରମ ସ୍ଥିର ହୋଇଛି। ଭକ୍ତ ମାନଙ୍କ ଭିଡ଼ ନିମନ୍ତେ ପୋଲିସ ପ୍ରସାଶନ ତତ୍ପରତା ପ୍ରକାଶ କରିଛି। ଜିଲ୍ଲା ପ୍ରସାଶନ ମଧ୍ୟ ସବୁ କାର୍ଯ୍ୟ ରେ ସହଯୋଗ କରୁଛି। ସେବାୟତ, ପୂଜକ, ଗ୍ରାମବାସୀ ଶ୍ରଦ୍ଧାଳୁ ଭକ୍ତ ମାନେ ମାଙ୍କ ର ସପ୍ତ ମାତୃକା ବେଶ ଓ ମହାଯଜ୍ଞ କୁ ଭବ୍ୟ ଦିବ୍ୟ କରିବା ନିମନ୍ତେ ନିଜ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ