ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ଗଞ୍ଜାମ ଜିଲ୍ଲାର ଧରାକୋଟରେ ସର୍ବାଧିକ ୪୬.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୬ ନଭେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ଧରାକୋଟରେ ସର୍ବାଧିକ ୪୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଗଜପତି ଜିଲ୍ଲାର ଗୋସାଣିରେ ୪୫.୦ ମି.ମି., ଗଞ୍ଜାମ ଜିଲ୍ଲାର ଆସିକାରେ ୪୧.୮ ମି.ମ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ଗଞ୍ଜାମ ଜିଲ୍ଲାର ଧରାକୋଟରେ ସର୍ବାଧିକ ୪୬.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୬ ନଭେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ଧରାକୋଟରେ ସର୍ବାଧିକ ୪୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଗଜପତି ଜିଲ୍ଲାର ଗୋସାଣିରେ ୪୫.୦ ମି.ମି., ଗଞ୍ଜାମ ଜିଲ୍ଲାର ଆସିକାରେ ୪୧.୮ ମି.ମି., ଶେରଗଡ଼ରେ ୩୯.୦ ମି.ମି., ପୋଲସରାରେ ୨୩.୬ ମି.ମି., ସୋରଡ଼ାରେ ୯.୨ ମି.ମି., ହିଞ୍ଜିଳିରେ ୮.୦ ମି.ମି., ଗଜପତି ଜିଲ୍ଲାର ଗୁମ୍ମାରେ ୬.୦ ମି.ମି., ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ୫.୦ ମି.ମି., ନୟାଗଡ଼ ଜିଲ୍ଲାର ଭାପୁରରେ ୪.୩ ମି.ମି., ରାୟଗଡ଼ା ଜିଲ୍ଲାର କାଶିପୁରରେ ୪.୨ ମି.ମି., କୋରାପୁଟ ଜିଲ୍ଲାର ଲମତାପୁଟରେ ୩.୮ ମି.ମି. ଏବଂ କନ୍ଧମାଳ ଜିଲ୍ଲାର ରାଇକିଆରେ ୩.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande