ଓରମାସ ତରଫରୁ ଦୀପାବଳି ଷ୍ଟଲ୍, ଉଦ୍ଘାଟନ କଲେ ଜିଲ୍ଲାପାଳ
ଜୟପୁର, ୬ ନଭେମ୍ବର (ହି.ସ.)- ପବିତ୍ର ଦୀପାବଳି ପର୍ବ ଅବସରରେ ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସଂସ୍ଥା ପକ୍ଷରୁ କୋରାପୁଟ ଠାରେ ଏକ ସ୍ୱତନ୍ତ୍ର ଦୀପାବଳି ଷ୍ଟଲ୍ ର ଆୟୋଜନ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଯୋଗଦେଇ ଷ୍ଟଲ୍ ର ଶୁଭାରମ୍ଭ କରିଛନ୍ତି। ଏହି ଷ୍ଟଲ୍
ରମାସ ତରଫରୁ ଦୀପାବଳି ଷ୍ଟାଲ, ଉଦଘାଟନ କଲେ ଜିଲ୍ଲାପାଳ


ଜୟପୁର, ୬ ନଭେମ୍ବର (ହି.ସ.)- ପବିତ୍ର ଦୀପାବଳି ପର୍ବ ଅବସରରେ ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସଂସ୍ଥା ପକ୍ଷରୁ କୋରାପୁଟ ଠାରେ ଏକ ସ୍ୱତନ୍ତ୍ର ଦୀପାବଳି ଷ୍ଟଲ୍ ର ଆୟୋଜନ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଯୋଗଦେଇ ଷ୍ଟଲ୍ ର ଶୁଭାରମ୍ଭ କରିଛନ୍ତି। ଏହି ଷ୍ଟଲ୍ ରେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତନିର୍ମିତ ଓ ଦୀପାବଳି ସମ୍ବନ୍ଧୀୟ ସାମଗ୍ରୀ ପ୍ରଦର୍ଶିତ ହେବା ସହ ବିକ୍ରୟ କରାଯାଉଛି।ଏହି ପଦକ୍ଷେପ ମହିଳା ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ଏହା ଦ୍ୱାରା ଗ୍ରାମୀଣ ମହିଳାମାନଙ୍କ ଉଦ୍ୟମ ଓ ଉତ୍ପାଦକୁ ପ୍ରୋତ୍ସାହନ ମିଳିବା ସହ ସେମାନଙ୍କ ଉତ୍ପାଦକୁ ସିଧାସଳଖ ବଜାର ସହ ଯୋଡ଼ିବାରେ ସହାୟକ ହେବ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande