
ଦେବୋତର ବିଭାଗ ଅଧିକାରୀ ପୂଜାରେ ବସିବା ପାଇଁ ନୂତନ ପରଂପରା ସୃଷ୍ଟି କରୁଛନ୍ତି
ବଲାଙ୍ଗିର, ୦୬ ନଭେମ୍ବର(ହି.ସ.) – ପାଟଣା ରାଜ୍ୟର ଅଧିଷ୍ଟାତ୍ରୀ ଦେବୀ ୪୮ପାଟ ର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଦେବୀ ସ୍ୱୟଂ ଦକ୍ଷିଣେଶ୍ୱରୀ କାଳି ରୂପେ ଦକ୍ଷିଣମୁହାଁ ହୋଇ ପୂଜା ପାଉଛନ୍ତି। ପାଟଣା ରାଜ୍ୟ ଶାସନ ସମୟରେ ପାରଂପାରିକ ରୀତିନୀତି ମଧ୍ୟରେ ୧୮୭୨ ମସିହାରୁ ନୂତନ ରାଜଧାନୀ ସ୍ଥାପନ ହେବା ସମୟ ଠାରୁ କେବଳ ଦଶହରା ଓ ଚୈତ୍ର ପର୍ବ ପୂଜା କରିଆସୁଥିଲେ। ଗତ ବର୍ଷ ନୂତନ ଯଜ୍ଞ ମଣ୍ଡପ ନିର୍ମାଣ ହେବାରୁ ଅମାବାସ୍ୟା ଓ ପୂର୍ଣ୍ଣମୀରେ ମାଁ ଙ୍କ ହୋମ ଓ ଯଜ୍ଞ ପୂଜା କରିଆସୁଥିଲେ। କିଛି ଭକ୍ତ ଗତ ବର୍ଷ ମାଁ ଙ୍କ ମାଟିର ପ୍ରତିମୁର୍ତି ସ୍ଥାପନ ହୋଇଥିବା କାଳି ପୂଜା ପାଇଁ ଭକ୍ତମାନଙ୍କର ଦ୍ୱନ୍ଦ ସୃଷ୍ଟି ହୋଇଥିଲା। ଏ ବର୍ଷ ମଧ୍ୟ କିଛି ଗୋଷ୍ଠୀ ମାଁଙ୍କ ମାଟିମୂର୍ତି ବିଗ୍ରହ ପୂଜା ପାଇଁ ଦାବି କରିଥିଲେ କିନ୍ତୁ ଦେବୋତର ବିଭାଗ ଅଧିକାରୀ ଏ ନେଇ କିଛି ଅନୁସନ୍ଧାନ ନ କରି ପାଟଣେଶ୍ୱରୀ ମନ୍ଦିରକୁ ଚିଠି ପ୍ରଦାନ କରିଛି। ପତ୍ର ସଂଖ୍ୟା ୩୮/୨୦୨୬ ତା.୩୧.୧୦.୨୦୨୬ ଦିନ କାଳିପୂଜା ପାଇଁ ଅନୁମତି ଦେଇଛନ୍ତି। ଏ ନେଇ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ଦେବୋତର ମ୍ୟାନେଜର ସୁଧିର ଦାଶଙ୍କୁ ପଚାରିବାରୁ ବଲାଙ୍ଗୀର ଦେବୋତର ଅଧିକାରୀ ଏବଂ ସମ୍ବଲପୁର ଦେବୋତର ଅଧିକାରୀ ପୂଜାରେ ବସିବେ ବୋଲି ସୂଚନା ଦେଇଥିଲେ। ଗତ କିଛି ଦିନ ହେବ ମନ୍ଦିରରେ ଭାଇ ଭାଇ ଭିତରେ ପୂଜା ପାଇଁ ବିଭ୍ରାଟ ସୃଷ୍ଟି ହେଉଥିବାରୁ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ଏକ ପ୍ରେସ ଜରିଆରେ ଲିଖିତ ଭାବରେ ତଦାରଖ କରିବା ପାଇଁ ଦାବି କରିଛନ୍ତି । କାରଣ ଦିର୍ଘ ବର୍ଷର ପରଂପରା ଓ ଭକ୍ତଙ୍କ ମନରେ ଆଘାତ ସୃଷ୍ଟି ହେବ । ମାଁ ପାଟଣେଶ୍ୱରୀ ଦେବିି ହେଉଛନ୍ତି ସ୍ୱୟଂ ଦକ୍ଷିଣେଶ୍ୱରୀ କାଳି ତାଙ୍କ ସ୍ଥାନରେ ମାଟି ପ୍ରତିମୃତି ସ୍ଥାପନ କରିବା କେତେ ଯୁକ୍ତିଯୁକ୍ତ ତାହା ଦେବୋତର ବିଭାଗ ସୂଚାରୁ ରୂପେ ସୂଚନା ପ୍ରଦାନ କରୁ। ଆଗାମୀ ଦିନରେ ଏହାର ମିମାଂଶା ନ ହେଲେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର ଓ ସଂପାଦକ ପ୍ରଶାନ୍ତ ମହାକୁର ଦାବି କରିଛନ୍ତି। କମିଟି ବିଭିନ୍ନ ସମୟରେ ଗର୍ଭଗୃହ ବିଷୟ ଓ ବିଭିନ୍ନ ସମସ୍ୟାକୁ ବାରବାର ଦାବି କଲେ ମଧ୍ୟ ସମସ୍ୟା ବାଟ ଫୁଟୁନଥିବା ବେଳେ କାଳିପୂଜା କରିବା ପାଇଁ ବଡବାବୁ ଙ୍କର ଗ୍ରହ କଟିବା ପାଇଁ ମାଟିର ମୁର୍ତି ସ୍ଥାପନା କରାଯାଉଛି ବୋଲି କମିଟି ଦାବି କରୁଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ