ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା
ଭୁବନେଶ୍ୱର, ୦୬ ନଭେମ୍ବର (ହି.ସ.) - ଆସନ୍ତା ନୂଆବର୍ଷ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କାର୍ତିକ ବ୍ରତ ପରେ ନୂଆବର୍ଷ ପୂର୍ବରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ସମସ୍ତ
prithiviraj harichandan


ଭୁବନେଶ୍ୱର, ୦୬ ନଭେମ୍ବର (ହି.ସ.) - ଆସନ୍ତା ନୂଆବର୍ଷ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କାର୍ତିକ ବ୍ରତ ପରେ ନୂଆବର୍ଷ ପୂର୍ବରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଛି। ଏକା ସଙ୍ଗେ ୮ଟି ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ରାମ୍ପ ଲାଗିବା ପରେ ଘଂଟାଏ ଭିତରେ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ସାତ ପାହାଚ ପରେ ଗରୁଡ଼ ସ୍ତମ୍ଭରୁ ବାହାର କାଠ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ ହେବ। ଛତିଶା ନିଯୋଗ ଓ ପରିଚାଳନା କମିଟି ପରିଦର୍ଶନ ପରେ ଧାଡି ଦଶର୍ଶନ ବ୍ୟବସ୍ଥା ଲାଗୁ ହେବ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande