ଶେରଗଡ ବ୍ଳକ ଚାଷୀଙ୍କ ହଟହଟା
ଗଂଜାମ, 06 ନଭେମ୍ବର (ହି.ସ.) ଅର୍ଣ୍ଣବ ବାତ୍ୟା ବନ୍ୟାରେ ଶେରଗଡ ବ୍ଳକରେ ବ୍ୟାପକ କ୍ଷତି ହୋଇଛି । ଦୁଇଦିନ ହେଲା କ୍ଷତିଗ୍ରସ୍ତ ଚାଷୀମାନେ ଆରଆଇ ଅଫିସ ଗୁଡିକରେ ଲମ୍ବା ଲାଇନରେ ଧାଡି ଲଗାଇ ଆବେଦନ କରିବାକୁ ଯାଇ ହଟହଟାର ସମ୍ମୁଖୀନ ହେଉଛନ୍ତି । ଆବେଦନ ସହ ଆଧାର, କ୍ଷତି ଗ୍ରସ୍ତ ଜମି ଭିତରେ ଠ
Qerttyuu


ଗଂଜାମ, 06 ନଭେମ୍ବର (ହି.ସ.) ଅର୍ଣ୍ଣବ ବାତ୍ୟା ବନ୍ୟାରେ ଶେରଗଡ ବ୍ଳକରେ ବ୍ୟାପକ କ୍ଷତି ହୋଇଛି । ଦୁଇଦିନ ହେଲା କ୍ଷତିଗ୍ରସ୍ତ ଚାଷୀମାନେ ଆରଆଇ ଅଫିସ ଗୁଡିକରେ ଲମ୍ବା ଲାଇନରେ ଧାଡି ଲଗାଇ ଆବେଦନ କରିବାକୁ ଯାଇ ହଟହଟାର ସମ୍ମୁଖୀନ ହେଉଛନ୍ତି ।

ଆବେଦନ ସହ ଆଧାର, କ୍ଷତି ଗ୍ରସ୍ତ ଜମି ଭିତରେ ଠିଆ ହୋଇ ଚାଷୀ ଫଟୋ ଉଠାଇ ନ ଦେଲେ ଆବେଦନକୁ ଆରଆଇ ମାନେ ଗ୍ରହଣ କରୁନାହାନ୍ତି । ତେଣୁ ଚାଷୀମାନେ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ପାଣି ଘରେ ପାଣି ପସି ଲୋକଙ୍କ ଆସବାବ ପତ୍ର ଓ କାଗଜ ପତ୍ର ନଷ୍ଟ ହୋଇଛି । ଏପରି ସ୍ଥଳେ ଚାଷୀମାନେ ସିସ୍ତୁ ରସିଦ୍ ଦାଖଲ କରିପାରୁନାହାନ୍ତି। ଗାଁ ଗହଳିରେ ଫଟୋ ଉଠାଇବାପାଇଁ ପର୍ଯ୍ୟାପ୍ତ ଫଟୋ ଷ୍ଟଡିଓ ନାହିଁ, ଏପର୍ଯ୍ୟନ୍ତ ଧାନବିଲରେ ପାଣି କାଦୁଅ ଜମି ରହିଛି। ଫଳରେ ଚାଷୀ ଓ ଫଟୋ ଉଠାଇବାବାଲା ବିଲ ଭିତରେ ପସି ଫଟୋ ଉଠାଇବା ସମ୍ଭବ ପର ହେଉନାହିଁ । ଏହି କାରଣରୁ ଚାଷୀ ମାନେ ଆବେଦନ କରିବାକୁ ବଂଚିତ ହୋଇ ହଟହଟାର ସମ୍ମୁଖୀନ ହେଉଛନ୍ତି। ପୁଣି ଆବେଦନ ପାଇଁ ଖୁବ୍ କମ୍ ସମୟ ଦିଆଯାଇଛି । ଏଣୁ ଗଂଜାମ ଜିଲ୍ଲା ପ୍ରଶାସନ ଓ ଶେରଗଡ ତହସିଲଦାର ଏଥିପାଇଁ ଧ୍ୟାନଦେଇ ଏହି ଧାରାର ପରିବର୍ତ୍ତନ କରିବାକୁ ଦାବିହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande