

ଝାରସୁଗୁଡ଼ା , 06 ନଭେମ୍ବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ବିଭାଗ ଅଧିନସ୍ଥ କୋଲାବିରା ବ୍ଲକ ସିରିଆପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ ଗଣିତରେ ଓ ବିଜ୍ଞାନ ଶିକ୍ଷକ ବିକାଶ କୁମାର ପ୍ରଧାନ ବିଜ୍ଞାନରେ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗୁଣାତ୍ମକ ଶିକ୍ଷା, ଶୁନ ଡ୍ରପଆଉଟ ଓ ଶିକ୍ଷା ମାଧ୍ୟମରେ ପିଲାଙ୍କ ବୈଦ୍ଧିକ ବିକାଶ କ୍ଷେତ୍ରରେ ଉନ୍ନତି ପାଇଁ ଉଭୟ କାର୍ଯ୍ୟ ସକାଶେ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ମିଳିଛି । ଗଣିତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ ଲଗାତାର ଭାବରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉଭୟ ଶିକ୍ଷକଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟି ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ