
ଧମର୍ଶାଳା,୬ନଭେମ୍ବର,(ହି.ସ.) - ଯାଜପୁର ଜିଲା : ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଜେପି ସଂଗଠନକୁ ମିଳିଛି ନୂତନ ଶକ୍ତି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଣାବୋଉଳମାଳ ପଂଚାୟତରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳାର ପ୍ରିୟ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳର ଶତାଧିକ କର୍ମୀ ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ସାହୁ ସେମାନଙ୍କୁ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ ଓ ବିକାଶ ମୂଳକ ନେତୃତ୍ୱକୁ ଆଧାର କରି ଧର୍ମଶାଳାରେ ବିକାଶ ଓ ଜନସେବାର ଧାରାକୁ ଆଗେଇ ନେବା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବେ ବୋଲି ବିଧାୟକ ହିମାଂଶୁ ଶେଖର ସାହୁ ଆହ୍ୱାନ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ନୂତନ ଭାବେ ଦଳରେ ଯୋଗଦେଇଥିବା କର୍ମୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା । ଆଗାମୀ ଦିନରେ ଏକତା, ନିଷ୍ଠା ଓ ସମର୍ପଣ ଭାବନା ସହ ଧର୍ମଶାଳାର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ ସେବା ପାଇଁ ବିଜେପି ପରିବାର ଅଧିକ ସକ୍ରିୟ ହେବ ବୋଲି ଆଶା ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ