ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ଭିସିରେ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ
ଧମର୍ଶାଳା,୬ନଭେମ୍ବର(ହି.ସ.) - ଯାଜପୁର ଜିଲା ଧମର୍ଶାଳା ନିର୍ବାଚନ ମଣ୍ଡଳୀର ୫ ଗୋଟି ସ୍ଥାନରେ ଆଜି ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ବିଦ୍ୟାଳୟ ଗୁଡିକର ଶୁଭ ଶିଳାନ୍ୟାଶ କରିଛନ୍ତି । ଓଡ଼ିଶା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ଭିସିରେ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ


ଧମର୍ଶାଳା,୬ନଭେମ୍ବର(ହି.ସ.) - ଯାଜପୁର ଜିଲା ଧମର୍ଶାଳା ନିର୍ବାଚନ ମଣ୍ଡଳୀର ୫ ଗୋଟି ସ୍ଥାନରେ ଆଜି ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ବିଦ୍ୟାଳୟ ଗୁଡିକର ଶୁଭ ଶିଳାନ୍ୟାଶ କରିଛନ୍ତି । ଓଡ଼ିଶାର ପ୍ରତ୍ୟେକ ପଂଚାୟତରେ ଅତ୍ୟାଧୁନିକ ଓ ଗୁଣାତ୍ମକ ପ୍ରାଥମିକ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ରାଜ୍ୟ ବ୍ୟାପି ଶୁଭାରମ୍ଭ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ଆଜି ରାଜ୍ୟର ୬୩୦ଗୋଟି ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ଧମର୍ଶାଳା ନିର୍ବାଚନ ମଣ୍ଡଳୀର ୧୨ ନମ୍ବର ଜୋନର ପୁରୁଣା ବୋଉଳମାଳ ପଂଚାୟତ ଇଚ୍ଛାପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ରୂପାନ୍ତରଣ କରିବା ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଭିଡିଓ କନଫରେନସିଂ ମାଧ୍ୟମରେ ଏହାର ଶିଳାନ୍ୟାଶ କରିଥିବା ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ , ଜିଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ, ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ । ସେହିପରି ୧୫ ନମ୍ବର ଜୋନ କୋତପୁର ଜାଗୁଳାଇ ହାଇସ୍କୁଲ ପରିସର, ୧୪ ନମ୍ବର ଜୋନର ସୁନ୍ଦୁରିଆ ହାଇସ୍କୁଲ,୧୩ ନମ୍ବର ଜୋନର ତରଞ୍ଜିଆ ପଂଚାୟତ ବିଳାସିନୀ ନୋଡାଲ ସ୍କୁଲ, ଏହି ଜୋନ ଅନ୍ତଗର୍ତ କ୍ଷେତ୍ରପାଳ ପଂଚାୟତ ସିଦ୍ଧ ନାରାୟଣ ସ୍କୁଲ ପରିସରରେ ଗୋଦାବରିଶ ମିଶ୍ର ଆର୍ଦଶ ବିଦ୍ୟାଳୟର ଶିଳାନ୍ୟାଶ କରାଯାଇଛି । ଗୋଦାବରିଶ ଆର୍ଦଶ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ଶିକ୍ଷଣ ପଦ୍ଧତି, ଉନ୍ନତ ପାଠାଗାର, କ୍ରୀଡ଼ା ଭିତିିଭୂମି ଏବଂ ଶିଶୁକୈନ୍ଦ୍ରିକ ଶିକ୍ଷାଦାନ ମାଧ୍ୟମରେ ଗ୍ରାମାଂଚଳର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଉନ୍ନତ ଶିକ୍ଷା ପରିବେଶ ଯୋଗାଇ ଦେବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ବିଦ୍ୟାଳୟ ଗୁଡିକର କେବଳ ଭିତିଭୂମିର ବିକାଶ ନୁହେଁ, ବରଂ ପ୍ରତ୍ୟେକ ଶିଶୁର ସ୍ୱପ୍ନକୁ ନୂଆ ଦିଗ ଦେବା ଏବଂ ଏକ ଶିକ୍ଷିତ, ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନ କରିବା । ଲୋକଙ୍କ ସରକାରଙ୍କ ଏହି ଦୂରର୍ଦଶୀ ପଦକ୍ଷେପ ଗ୍ରାମାଂଚଳର ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଗ ଦେବ ବୋଲି ବିଧାୟକ ଶ୍ରୀ ସାହୁ ଆଶାବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପିର ସମସ୍ତ ଜୋନର ପ୍ରଭାରୀ, ସଭାପତି ଓ ହଜାର ହଜାର ସଂଖ୍ୟାରେ କାର୍ଯ୍ୟର୍କତା ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande