ନଭେମ୍ବର ମାସର ଅପରାଧ ସମୀକ୍ଷା ବୈଠକ: ଗୁଣାତ୍ମକ ତଦନ୍ତ, ଅପରାଧ ନିୟନ୍ତ୍ରଣ ଓ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ
ପୁରୀ, , 06 ନଭେମ୍ବର (ହି.ସ.)ନଭେମ୍ବର ମାସିକ ଅପରାଧ ସମୀକ୍ଷା ବୈଠକ ଟାଉନ୍ ଥାନାର ପ୍ରଥମ ମହଲାସ୍ଥିତ କନଫରେନ୍ସ ହଲ୍ରେ ଏସ୍ପି ପୁରୀ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଏସ୍ପି, ସମସ୍ତ ଏସ ଡି ପି ଓ , ଥାନା ଅଧିକାରୀ, ଡେପୁଟି ଡାଇରେକ୍ଟର ବୃନ୍ଦାବନ ନାୟକ
ନଭେମ୍ବର ମାସର ଅପରାଧ ସମୀକ୍ଷା ବୈଠକ: ଗୁଣାତ୍ମକ ତଦନ୍ତ, ଅପରାଧ ନିୟନ୍ତ୍ରଣ ଓ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ


ପୁରୀ, , 06 ନଭେମ୍ବର (ହି.ସ.)ନଭେମ୍ବର ମାସିକ ଅପରାଧ ସମୀକ୍ଷା ବୈଠକ ଟାଉନ୍ ଥାନାର ପ୍ରଥମ ମହଲାସ୍ଥିତ କନଫରେନ୍ସ ହଲ୍ରେ ଏସ୍ପି ପୁରୀ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଏସ୍ପି, ସମସ୍ତ ଏସ ଡି ପି ଓ , ଥାନା ଅଧିକାରୀ, ଡେପୁଟି ଡାଇରେକ୍ଟର ବୃନ୍ଦାବନ ନାୟକ, ଆସିଷ୍ଟାଣ୍ଟ ଡାଇରେକ୍ଟର ଦିଲୀପ କୁମାର ସିଂ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇଥିଲେ।ବୈଠକରେ ଜିଲ୍ଲାର ଅପରାଧ ପରିସ୍ଥିତି, ଥାନାୱାରୀ କାର୍ଯ୍ୟଦକ୍ଷତା ଓ ତଦନ୍ତାଧୀନ ମାମଲାଗୁଡ଼ିକର ସମୀକ୍ଷା ସହ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ମାସରେ ପଞ୍ଜୀକୃତ ଗୁରୁତ୍ୱପୂର୍ଣ୍ଣ ମାମଲା ଓ ତଦନ୍ତର ଅଗ୍ରଗତିର ସମୀକ୍ଷା।ଦଫାଯୋଗ୍ୟ ଅପରାଧର ତୁରନ୍ତ ପଞ୍ଜୀକରଣ ଓ ଗୁରୁତ୍ୱପୂର୍ଣ୍ଣ ଜି ଡି ଏଣ୍ଟ୍ରିଗୁଡ଼ିକର ଅନୁପାଳନ।ବିଚାରାଧୀନ ଅଭିଯୋଗ ଓ ପିଟିସନ୍ଗୁଡ଼ିକର ତ୍ୱରିତ ଫଇସଲା।ସି ସି ଟି ଏନ ଏସ

ପାରାମିଟର ଓ ଥାନାଗୁଡ଼ିକର ସାମଗ୍ରିକ କାର୍ଯ୍ୟଦକ୍ଷତାର ଉନ୍ନତି।

ମହିଳାଙ୍କ ବିରୋଧରେ ଅପରାଧ ସମ୍ପର୍କିତ ମାମଲାର ତ୍ୱରିତ ଓ ଗୁଣାତ୍ମକ ତଦନ୍ତ ଏବଂ ସମୟସୀମା ମଧ୍ୟରେ ଚାର୍ଜଶିଟ୍ ଦାଖଲ।

ପାସପୋର୍ଟ ଓ ଅନ୍ୟାନ୍ୟ ଚରିତ୍ର ଯାଞ୍ଚ ସମ୍ପର୍କିତ ବିଚାରାଧୀନ ମାମଲାର ତ୍ୱରିତ ଫଇସଲା।

ଗୁଣାତ୍ମକ ଓ ଆଇନସମ୍ମତ ତଦନ୍ତ ତଥା ନ୍ୟାୟାଳୟରେ ମାମଲାର ଫଳପ୍ରଦ ଉପସ୍ଥାପନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଡେପୁଟି ଡାଇରେକ୍ଟର ବୃନ୍ଦାବନ ନାୟକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଦିଲୀପ କୁମାର ସିଂ ତଦନ୍ତର ବିଭିନ୍ନ ଦିଗ, ଆଇନଗତ ତ୍ରୁଟିର ନିରାକରଣ, ସାକ୍ଷ୍ୟ ପ୍ରମାଣ ସଂଗ୍ରହ ଓ ଅଭିଯୋଗ ପକ୍ଷକୁ ସୁଦୃଢ଼ କରିବା ସମ୍ପର୍କରେ ସମସ୍ତ ଆଇ ଆଇ ସି ଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ।

ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଆଗେଇ ନେବା ସହ ନିଶାଦ୍ରବ୍ୟର ଅବୈଧ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ନିୟମିତ ଚଢ଼ାଉ ଓ ଗୁଇନ୍ଦା ସୂଚନା ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସ୍କୁଲ ଓ କଲେଜରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ କରି ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବାକୁ ସମସ୍ତ ଆଇ ଆଇ ସି ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଆଗାମୀ ପର୍ବପର୍ବାଣୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆଇନଶୃଙ୍ଖଳା, ଟ୍ରାଫିକ୍ ପରିଚାଳନା ଓ ଅପରାଧ ନିୟନ୍ତ୍ରଣ ନିମନ୍ତେ ଆଗୁଆ ପ୍ରସ୍ତୁତି ଓ ଉପଯୁକ୍ତ ସମନ୍ୱୟ ରଖିବାକୁ କୁହାଯାଇଥିଲା।ଏସ୍ପି ପୁରୀ ପ୍ରତୀକ ସିଂ ସମସ୍ତ ଅଧିକାରୀଙ୍କୁ ଦାୟିତ୍ୱବୋଧ, ନିଷ୍ଠା ଓ ଟିମ୍ୱର୍କ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ। ଅପରାଧ ନିୟନ୍ତ୍ରଣ, ଗୁଣାତ୍ମକ ତଦନ୍ତ, ନିଶାମୁକ୍ତ ସମାଜ ଗଠନ ଓ ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ପ୍ରଦାନ ଦିଗରେ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande