ଗୋଦାବରୀଶ ମିଶ୍ର ଆଦର୍ଶ ସ୍କୁଲ ଶିଳାନ୍ୟାସ ଉତ୍ସବ
ଭଦ୍ରକ, ୬ ନଭେମ୍ବର (ହି.ସ.) - ବନ୍ତ ବ୍ଲକର ଏକମାତ୍ର ଆଗରପଡା ନିକଟସ୍ଥ ଚାରିଗାଁ ପ୍ରାଥମିକ ସ୍କୁଲକୁ ରାଜ୍ୟ ସରକାର ଇତି ମଧ୍ୟରେ ଗୋଦାବରୀଶ ଆଦର୍ଶ ସ୍କୁଲ୍ ଭାବେ ଘୋଷଣା କରିଥିଲେ । ରାଜ୍ୟର ତୃତୀୟ ପର୍ଯ୍ୟାୟରେ ଶୁକ୍ରବାର ଏହି ସ୍କୁଲ୍ ପରିସରରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଜି
godabarisa mishra school bhiti prastara


ଭଦ୍ରକ, ୬ ନଭେମ୍ବର (ହି.ସ.) - ବନ୍ତ ବ୍ଲକର ଏକମାତ୍ର ଆଗରପଡା ନିକଟସ୍ଥ ଚାରିଗାଁ ପ୍ରାଥମିକ ସ୍କୁଲକୁ ରାଜ୍ୟ ସରକାର ଇତି ମଧ୍ୟରେ ଗୋଦାବରୀଶ ଆଦର୍ଶ ସ୍କୁଲ୍ ଭାବେ ଘୋଷଣା କରିଥିଲେ । ରାଜ୍ୟର ତୃତୀୟ ପର୍ଯ୍ୟାୟରେ ଶୁକ୍ରବାର ଏହି ସ୍କୁଲ୍ ପରିସରରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଇଓ ଇନଚାର୍ଜ ଚିତରଞ୍ଜନ ମହାନ୍ତି, ଏବିଇଓ ହରେକୃଷ୍ଣ ଆପଟ୍ଟ, ସିଆରସିସି ପ୍ରଦୀପ ପଲେଇ, ସରପଚଂ ଗିତୀକା ଭୋଇ, ସମିତିସଭ୍ୟ ଧରଣୀଧର କର, ପ୍ରଧାନଶିକ୍ଷକ ଅଲେଖ ନାଇକ, ୱାର୍ଡସଭ୍ୟା ଜାନକୀ ଜେନା, ଏସଏମସି ସଭାପତି ପଚାଂନନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ଶିକ୍ଷକ ପଚାଂନନ ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ଦାଶ, ପ୍ରାକ୍ତନ ସରପଚଂ ବନମାଳୀ ବେହେରା, ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande