ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁଣ୍ୟତିଥିରେ ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 06 ନଭେମ୍ବର (ହି.ସ.) : ମହାନ ସ୍ୱାଧୀନତା ସଂଗ୍ରାମୀ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁଣ୍ୟ ତିରୋଧାନ ଦିବସ ଅବସରରେ ଓଡ଼ିଶାର ରାଜ୍ୟପାଳ ତାଙ୍କ ପ୍ରତି ଭକ୍ତିପ
ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁଣ୍ୟତିଥିରେ     ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର, 06 ନଭେମ୍ବର (ହି.ସ.)

: ମହାନ ସ୍ୱାଧୀନତା

ସଂଗ୍ରାମୀ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ବିଶିଷ୍ଟ ଶିକ୍ଷାବିତ୍

ତଥା ସାହିତ୍ୟିକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁଣ୍ୟ ତିରୋଧାନ ଦିବସ ଅବସରରେ ଓଡ଼ିଶାର ରାଜ୍ୟପାଳ ତାଙ୍କ

ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ବ୍ରଜମୋହନରାମସାମାଜିକ ଗଣମାଧ୍ୟମରେ ତାଙ୍କର

ଶ୍ରଦ୍ଧାଞ୍ଜଳି ବାର୍ତ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମହାନ ସ୍ୱାଧୀନତା ସଂଗ୍ରାମୀ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ଶିକ୍ଷାବିତ୍ ତଥା ସାହିତ୍ୟିକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁଣ୍ୟ ତିରୋଧାନ ଦିବସରେ

ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ, ଶିକ୍ଷା, ସାହିତ୍ୟ ଏବଂ ସ୍ୱତନ୍ତ୍ର

ପ୍ରଦେଶ ଗଠନ କ୍ଷେତ୍ରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅବଦାନ ଚିରସ୍ମରଣୀୟ। ତାଙ୍କର ଆଦର୍ଶ, ତ୍ୟାଗ ଓ ଜୀବନବ୍ୟାପୀ

ସାଧନା ଓଡ଼ିଆ ଜାତି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande