
ଭୁବନେଶ୍ୱର, 06 ନଭେମ୍ବର (ହି.ସ.): ଏସିଆନ୍ ଚାମ୍ପିଅନ୍ସ
ଟ୍ରଫିରେ ରେକର୍ଡ ଷଷ୍ଠ ଥର ପାଇଁ ବିଜୟୀ ହୋଇଥିବା ଭାରତୀୟ ପୁରୁଷ ହକି ଦଳକୁ ଓଡ଼ିଶାର ରାଜ୍ୟପାଳ
ବ୍ରଜମୋହନରାମହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ଫାଇନାଲ୍ ମୁକାବିଲାରେ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରି ଭାରତ ଏହି ଐତିହାସିକ ସଫଳତା ହାସଲ କରିଛି।
ରାଜ୍ୟପାଳ ସୋସିଆଲ ମିଡିଆ 'ଏକ୍ସ'ରେ ଏକ ବାର୍ତ୍ତା ଜରିଆରେ
ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଦଳର ଏହି ବିଜୟ ଅତ୍ୟନ୍ତ ଗୌରବର
ବିଷୟ। ଖେଳାଳିମାନେ ନିଜର ଚମତ୍କାର କ୍ରୀଡ଼ା ଦକ୍ଷତା, ଦୃଢ଼ ମନୋବଳ, ଧୈର୍ଯ୍ୟ ଏବଂ ଉତ୍ତମ
ଦଳଗତ ସମନ୍ୱୟର ପରିଚୟ ଦେଇଛନ୍ତି।
ଏହି ସଫଳତା ପାଇଁ ଭାରତୀୟ ହକି
ଦଳର ସମସ୍ତ ଖେଳାଳି ଓ ସହଯୋଗୀ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦଳ ଏହିପରି ନିରନ୍ତର
ସଫଳତା ହାସଲ କରି ଦେଶ ପାଇଁ ଆହୁରି ଅନେକ ଗୌରବ ଆଣିବ ବୋଲି ରାଜ୍ୟପାଳ ଶୁଭକାମନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା