କୋଟିଆରେ ଆନ୍ଧ୍ରର ଭୋଟିଂ ହାରକୁ ନେଇ ସନ୍ଦେହ ପ୍ରକାଶ କଲେ କୋରାପୁଟ ଜିଲ୍ଲାପାଳ
କୋରାପୁଟ, 06 ନଭେମ୍ବର (ହି.ସ.): କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ କରାଯାଇଥିବା ମତଦାନକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କୋରାପୁଟ ଜିଲ୍ଲାପାଳ। ଆନ୍ଧ୍ର ପକ୍ଷରୁ ପ୍ରକାଶ କରାଯାଉଥିବା ମତଦାନ ହାର ସନ୍ଦେହଜନକ ଏବଂ ଏହା ପ୍ରକୃତ ଚିତ୍ରକୁ ପ୍ରତିଫଳିତ କରୁନାହିଁ ବୋଲି ସେ
କୋଟିଆରେ ଆନ୍ଧ୍ରର ଭୋଟିଂ ହାରକୁ     ନେଇ ସନ୍ଦେହ ପ୍ରକାଶ କଲେ କୋରାପୁଟ ଜିଲ୍ଲାପାଳ


କୋରାପୁଟ, 06 ନଭେମ୍ବର (ହି.ସ.): କୋଟିଆରେ ଆନ୍ଧ୍ରପ୍ରଦେଶ

ପକ୍ଷରୁ କରାଯାଇଥିବା ମତଦାନକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କୋରାପୁଟ ଜିଲ୍ଲାପାଳ। ଆନ୍ଧ୍ର ପକ୍ଷରୁ

ପ୍ରକାଶ କରାଯାଉଥିବା ମତଦାନ ହାର ସନ୍ଦେହଜନକ ଏବଂ ଏହା ପ୍ରକୃତ ଚିତ୍ରକୁ ପ୍ରତିଫଳିତ କରୁନାହିଁ

ବୋଲି ସେ କହିଛନ୍ତି।

ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଅନେକ ମତଦାନ କେନ୍ଦ୍ରରେ

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଏକାଧିକ ଗାଁକୁ ମିଶାଇ ମତଦାନ କରାଯାଇଛି। ତେଣୁ କେବଳ ଆନ୍ଧ୍ରର ଗାଁଗୁଡ଼ିକରୁ

କେତେ ପରିମାଣରେ ଭୋଟ୍ ପଡ଼ିଛି, ତାହାର ପ୍ରକୃତ ତଥ୍ୟ ଜାଣିବା କଷ୍ଟକର।

ସେ ଆହୁରି କହିଛନ୍ତି ଯେ, କୋଟିଆ ଅଞ୍ଚଳରୁ ସର୍ବାଧିକ

୧୦ ପ୍ରତିଶତ ମତଦାନ ହୋଇଥାଇପାରେ। ୨୦୨୧ ମସିହାରେ ଏହି ଅଞ୍ଚଳରେ ୧୩ରୁ ୧୬ ପ୍ରତିଶତ ମତଦାନ ହୋଇଥିବା

ବେଳେ ଚଳିତଥର ଏହାଠାରୁ ମଧ୍ୟ କମ୍ ମତଦାନ ହୋଇଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande