

ଜୟପୁର, ୬ ନଭେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅବସରରେ ଜୟପୁର ବ୍ଲକ ଟାଙ୍କୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡିମଳାରେ ଉପରୋକ୍ତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ଏବଂ ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ସମ୍ମାନିତ ଅତିଥି ରୂପେ ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଶୁଭ୍ରା ପଣ୍ଡା ଯୋଗ ଦେଇଥିଲେ। ସ୍ଥାନୀୟ ସରପଞ୍ଚ ରୁକ୍ମିଣୀ ଗାଦବାଙ୍କ ସମେତ ଅନେକ ମାନ୍ୟଗଣ ବ୍ୟକ୍ତି, ଗ୍ରାମବାସୀ, ଆଲୁମିନି ସଦସ୍ୟ, ପିଟିଏ ସଦସ୍ୟ ବୃନ୍ଦ ଯୋଗଦେଇଥିଲେ। ସୌମ୍ୟା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସତ୍ୟବ୍ରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ରଶ୍ମିତା ହୋତା, ବିଶ୍ମିତା ବେହେରା, ଶିବାନୀ ପରିଡାଙ୍କ ଦ୍ବାରା ମଞ୍ଚ ପରିଚାଳନା କରାଯାଇଥିଲା। ସସ୍ମିତା ସାସମଲ, ସୁବାସିନୀ ପାଣିଗ୍ରାହୀ, ବେବିଶ୍ରୀ ମହାପାତ୍ର, କୁମାରୀ କଲ୍ୟାଣୀଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ସହ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା। ନାରାୟଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିକାଶ କୁମାର ଭୋଇ, ଆଶୁତୋଷ ମୁଦୁଲି, ପ୍ରସନ୍ନ କୁମାର ପ୍ରଧାନ, ତୁଷାର ମହାପାତ୍ର ପ୍ରମୁଖ ଶିକ୍ଷକ ମାନେ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି