
ଭୁବନେଶ୍ବର , 06 ନଭେମ୍ବର (ହି.ସ.) -
ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଆସନ୍ତାକାଲି (ଶନିବାର)ଗଞ୍ଜାମ ଜିଲ୍ଲା ଗସ୍ତ କରି ଶେରଗଡ଼, ହିଞ୍ଜିଳିକାଟୁ, ଆସିକା ଓ ସୋରଡ଼ା ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରି ବନ୍ୟା ବିପନ୍ନ ପରିବାର ଓ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ଏହା ସହିତ ରିଲିଫ୍, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ।
ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ୍ ମହାନ୍ତି କହିଥିଲେ ଯେ, ନବୀନ ପଟ୍ଟନାୟକଙ୍କ ବିସ୍ତୃତ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଡ଼ ଲେନିନ୍ ମହାନ୍ତି କହିଥିଲେ ଯେ, ଶ୍ରୀ ପଟ୍ଟନାୟକ ୭ ନଭେମ୍ୱର ତାରିଖ ସକାଳ ୧୦ଟା ୦୫ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହେଲିକପ୍ଟରରେ ଯାଇ ଶେରଗଡ଼ସ୍ଥିତ ମହାତ୍ମା ଗାନ୍ଧୀ ହାଇସ୍କୁଲ ପଡ଼ିଆରେ ସକାଳ ୧୧ଟାରେ ପହଞ୍ଚିବେ । ସକାଳ ୧୧ଟା ୧୦ ମିନିଟ୍ରେ ଶେରଗଡ଼ ସହର ଓ ଏହାର ଆଖପାଖ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ । ଏହାପରେ ଦିନ ୧୨ଟା ୦୫ ମିନିଟ୍ରେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ୍ରେ ପହଞ୍ଚିବେ । ୧୨ଟା ୧୫ ମିନିଟ୍ରେ ସେ ନୂଆ-ବୁରୁପଡ଼ା ଗ୍ରାମପଞ୍ଚାୟତ ପରିଦର୍ଶନ କରିବେ । ଦିନ ୧ଟା ୨୦ ମିନିଟ୍ରେ ସେ ଆସିକା ସାଇନ୍ସ କଲେଜ ନିକଟସ୍ଥ କୋଟିନଡ଼ାରେ ପହଞ୍ଚିବେ । ଦିନ ୧ଟା ୩୦ ମିନିଟ୍ରେ ଆସିକା ସହର ଓ ଏହାର ଆଖପାଖ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଦିନ ୨ଟା ୩୦ ମିନିଟ୍ରେ ସୋରଡ଼ା ବ୍ଲକର ଟାଟାବାଲିସ୍ଥିତ କନ୍ଧୁଣୀଦେବୀ ପଡ଼ିଆରେ ପହଞ୍ଚିବେ । ଦିନ ୨ଟା ୪୦ ମିନିଟ୍ରେ ସେ ବାଲିଗୋଛା ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳ ଓ କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କରିବେ । ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନ ୪ଟା ୧୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ନବୀନ ପଟ୍ଟନାୟକ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା