
ଧର୍ମଶାଳା,୬ନଭେମ୍ବର(ହି.ସ.) - ଯାଜପୁର ଆଂଚଳିକ ବିଡ଼ି ଶ୍ରମିକ ସଂଘର ସଭାପତି ପ୍ରଦୀପ ଦାସ ଓଡ଼ିଶା ପ୍ରଦେଶର ହିନ୍ଦ ମଜଦୁର ସଭାର ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଯାଜପୁର ଆଂଚଳିକ ବିଡି ଶ୍ରମିକ ସଂଘ ପକ୍ଷରୁ ହିନ୍ଦ ମଜଦୁର ସଭା ରାଜ୍ୟ ସଭାପତି କମ୍ବ୍ରେଡ ବିଜୟ ମହାନ୍ତି, ଉପଦେଷ୍ଟା ତଥା ପୂବର୍ତନ ଶ୍ରମମନ୍ତ୍ରୀ କମ୍ବ୍ରେଡ ପ୍ରଫୁଲ୍ଲ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରୀ ସଭାପତି କମ୍ବ୍ରେଡ ବ୍ରଜକିଶୋର ପ୍ରଧାନ, ଉତ୍କଳମଣି ଶତପଥୀ, ରାଜ୍ୟ ସାଧାରଣ ସଂପାଦକ ବୈଦନାଥ ଦାସ ଓ ସମସ୍ତ କର୍ମକର୍ତାମାନଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ଅବସରରେ ଯାଜପୁର ଆଂଚଳିକ ବିଡ଼ି ଶ୍ରମିକ ସଂଘର ସଂପାଦକ ଗୌତମ ସାମଲଙ୍କ ସମେତ ଧନେଶ୍ୱର ସାହୁ, ନିରଞ୍ଜନ ଜେନା, ସୁରେନ୍ଦ୍ର ଦାସ,ସୁବାସ ଜେନା, ଦୈତାରୀ ଗିରି, ଶ୍ରୀଧର ବାରିକ, ଧୀରେନ୍ ସାହୁ,ଆନନ୍ଦ ସାହୁ, କହ୍ନେଇ ମଣ୍ଡଳ, ନଟବର ବେହେରା, ସେକ୍ ଜହୁର ମହମ୍ମଦ, ଗୋପୀନାଥ ସାହୁଙ୍କ ସମେତ ବହୁ ଶ୍ରମିକ କର୍ମକର୍ତା ଉପସ୍ଥିତ ରହି ଶ୍ରୀ ଦାସଙ୍କୁ ଉରୀୟ ଓ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ