
ଭୁବନେଶ୍ୱର, 06 ନଭେମ୍ବର (ହି.ସ.): ପବିତ୍ର ଧନତେରସ
ଅବସରରେ ରାଜ୍ୟବାସୀଙ୍କ ସମେତ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଜ୍ୟ
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ
ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ,
ପବିତ୍ର ଧନତେରସ ଅବସରରେ ଆପଣଙ୍କ
ସମେତ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥ
ଓ ମାତା ଲକ୍ଷ୍ମୀଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟରେ
ପରିପୂର୍ଣ୍ଣ ହେଉ।
ଏହି ପବିତ୍ର ପର୍ବ ସମସ୍ତଙ୍କ
ଜୀବନରେ ଆନନ୍ଦ, ଶାନ୍ତି ଓ ସୌଭାଗ୍ୟ ଭରିଦେଉ ବୋଲି ମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା