ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁଣ୍ୟତିଥିରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 06 ନଭେମ୍ବର (ହି.ସ.): ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା, ପ୍ରଜ୍ଞାପୁରୁଷ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହ
ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁଣ୍ୟତିଥିରେ     ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର, 06 ନଭେମ୍ବର (ହି.ସ.): ଆଧୁନିକ ଓଡ଼ିଶାର

ଅନ୍ୟତମ ନିର୍ମାତା, ପ୍ରଜ୍ଞାପୁରୁଷ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ

ପୁଣ୍ୟତିଥି ଅବସରରେ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ

ପୃଥ୍ୱୀରାଜ ହରିଚନ୍ଦନ।

ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ

ନିଜର ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ କହିଛନ୍ତି ଯେ, ଆଧୁନିକ ଓଡ଼ିଶାର ଗଠନ ଓ ବିକାଶରେ

ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅବଦାନ ଅତୁଳନୀୟ। ଓଡ଼ିଶାର ପ୍ରଗତି ତଥା ସାହିତ୍ୟ ଜଗତରେ ତାଙ୍କର ଅବଦାନ

ସର୍ବଦା ସ୍ମରଣୀୟ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande