ସତର୍କ ରୁହନ୍ତୁ: ଟ୍ରେନରେ ଦୀପାବଳି ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ପରିବହନ ଏଡାଇବାକୁ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ
ଜୟପୁର , 06 ନଭେମ୍ବର (ହି.ସ.) ଟ୍ରେନ୍ରେ ଯାତ୍ରା ସମୟରେ ବାଣ, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ୍ ଆଦି ଦହନଶୀଳ ଓ ବିସ୍ଫୋରକ ସାମଗ୍ରୀ ବହନ କରିବା ରେଳ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ଏବଂ ଏଥିପାଇଁ ଅପରାଧୀଙ୍କୁ କାରାଦଣ୍ଡ ହୋଇପାରେ। ଯାତ୍ରୀମାନଙ୍କ ରେଳଯାତ୍ରାକୁ ଅଧିକ ସୁରକ୍ଷିତ
ସତର୍କ ରୁହନ୍ତୁ: ଟ୍ରେନ୍ରେ ଦୀପାବଳି ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ପରିବହନ ଏଡାଇବାକୁ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ


ସତର୍କ ରୁହନ୍ତୁ: ଟ୍ରେନ୍ରେ ଦୀପାବଳି ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ପରିବହନ ଏଡାଇବାକୁ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ


ଜୟପୁର , 06 ନଭେମ୍ବର (ହି.ସ.) ଟ୍ରେନ୍ରେ ଯାତ୍ରା ସମୟରେ ବାଣ, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ୍ ଆଦି ଦହନଶୀଳ ଓ ବିସ୍ଫୋରକ ସାମଗ୍ରୀ ବହନ କରିବା ରେଳ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ଏବଂ ଏଥିପାଇଁ ଅପରାଧୀଙ୍କୁ କାରାଦଣ୍ଡ ହୋଇପାରେ। ଯାତ୍ରୀମାନଙ୍କ ରେଳଯାତ୍ରାକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ଯାତ୍ରୀମାନଙ୍କୁ ଟ୍ରେନ୍ରେ ଏଭଳି ଦହନଶୀଳ ଓ ବିସ୍ଫୋରକ ସାମଗ୍ରୀ ନିଜେ ବହନ ନକରିବା ସହ ଅନ୍ୟ ଯାତ୍ରୀଙ୍କୁ ମଧ୍ୟ ଏହା ବହନ କରିବାକୁ ବାରଣ କରିବା ପାଇଁ ଅନୁରୋଧ କରାଯାଇଛି।

ଆଗାମୀ ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ଟ୍ରେନ୍ରେ ବାଣ ପରିବହନ ଏଡାଇବା ପାଇଁ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ଟ୍ରେନ୍ରେ ଦହନଶୀଳ ସାମଗ୍ରୀ ବହନ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ। ଦୀପାବଳି ଉତ୍ସବ ସମୟରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ଲାଗି ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂହଲ ସମ୍ପୃକ୍ତ ଅଧିକାରୀମାନଙ୍କୁ ଟ୍ରେନ୍ ଓ ଷ୍ଟେସନଗୁଡ଼ିକରେ କଡ଼ା ନଜର ରଖିବା ସହ ସ୍ୱତନ୍ତ୍ର ସୁରକ୍ଷା ଯାଞ୍ଚ ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯଦି କୌଣସି ଯାତ୍ରୀଙ୍କୁ ଟ୍ରେନ୍ରେ ଦହନଶୀଳ କିମ୍ବା ବିସ୍ଫୋରକ ସାମଗ୍ରୀ ବହନ କରୁଥିବା ଦେଖାଯାଏ, ତେବେ ସହଯାତ୍ରୀମାନେ ତୁରନ୍ତ ରେଳ ସୁରକ୍ଷା ବଳ (RPF), ସରକାରୀ ରେଳବାଇ ପୋଲିସ (GRP), ଟିଟିଇ, କୋଚ୍ ଆଟେଣ୍ଡାଣ୍ଟ, ଟ୍ରେନ୍ ଗାର୍ଡ କିମ୍ବା ଷ୍ଟେସନ ମ୍ୟାନେଜରଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ଟ୍ରେନ୍ରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନଙ୍କୁ ସମ୍ଭାବ୍ୟ ବିପଦରୁ ରକ୍ଷା କରାଯାଇପାରିବ।

ଟ୍ରେନ୍ରେ ବାଣ କିମ୍ବା ଅନ୍ୟାନ୍ୟ ନିଷିଦ୍ଧ ଦହନଶୀଳ ସାମଗ୍ରୀ ପରିବହନ ସମ୍ପର୍କିତ ଯେକୌଣସି ଘଟଣା ଜଣାଇବା ପାଇଁ ଯାତ୍ରୀମାନେ ରେଳବାଇ ହେଲ୍ପଲାଇନ୍ ନମ୍ବର ୧୩୯ ରେ ଯୋଗାଯୋଗ କରିପାରିବେ। ଏଥିସହ ରାୟଗଡ଼ା ଡିଭିଜନର ସୁରକ୍ଷା ବିଭାଗ ପକ୍ଷରୁ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କୁ ବାଣ ଏବଂ ବିସ୍ଫୋରକ ସାମଗ୍ରୀ ଟ୍ରେନ୍ରେ ବହନ କରିବାର ବିପଦ ସମ୍ପର୍କରେ ସଚେତନ କରାଯାଉଛି। ସନ୍ଦେହଜନକ ପରିସ୍ଥିତିରେ ଟ୍ରେନ୍ଗୁଡ଼ିକରେ ଆକସ୍ମିକ ଓ ଅଚାନକ ଯାଞ୍ଚ ମଧ୍ୟ କରାଯାଉଛି।

ଏହା ବ୍ୟତୀତ ଷ୍ଟେସନ ଗୁଡ଼ିକରେ ଘୋଷଣା ମାଧ୍ୟମରେ ଯାତ୍ରୀମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯାଉଛି। ଆରପିଏଫ ଓ ଜିପିଏଫ ସହ ସମନ୍ୱୟ ରକ୍ଷା କରି ରେଳ କର୍ମଚାରୀମାନଙ୍କ ଦ୍ୱାରା ଷ୍ଟେସନ ଓ ଟ୍ରେନ୍ରେ ନିୟମିତ ଏବଂ ଆକସ୍ମିକ ଯାଞ୍ଚ କରାଯିବ। ପାର୍ସଲ ଭ୍ୟାନ୍ରେ ଲୋଡ୍ ହେଉଥିବା ପାର୍ସଲ ଓ ଲଗେଜ୍ର ଯାଞ୍ଚ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଟ୍ରେନ୍ ଏସକର୍ଟିଂ ଟିମ୍ ଏବଂ 'ମେରି ସହେଲୀ' ଟିମ୍କୁ ମଧ୍ୟ ଟ୍ରେନ୍ ଓ ଷ୍ଟେସନଗୁଡ଼ିକରେ ଦହନଶୀଳ ସାମଗ୍ରୀର ଅବୈଧ ପରିବହନ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ରାୟଗଡ଼ା ଡିଭିଜନ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓ ନିରାପଦ ଦୀପାବଳି ପାଳନ କରିବା ସହ ରେଳଯାତ୍ରା ସମୟରେ ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ବହନ ନକରିବାକୁ ଅନୁରୋଧ କରୁଛି। ଆପଣଙ୍କ ସତର୍କତା ହିଁ ସମସ୍ତଙ୍କ ସୁରକ୍ଷା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande