ଜୟପୁର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ଜୟପୁର, ୬ ନଭେମ୍ବର (ହି.ସ.)- ଓଡିଶାର ଭାଷା ସଂସ୍କୃତି ଓ ଲୋକକଳାକୁ ଉଜ୍ଜୀବିତ କରିବାର ମାଧ୍ୟମ ହେଉଛି ଶିଶୁ ମହୋତ୍ସବ ସୁରଭି। ଶିଶୁ ମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାକୁ ଏହା ହେଉଛି ଏକ ଜରିଆ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁର ବ୍ଲକ ସ୍ତରୀୟ ସୁରଭି-୨୦୨୬ ସ୍ଥାନୀୟ ଜଗଦ
ଜୟପୁର ବ୍ଲକ ସ୍ତରୀୟ ସୁରଭି କା`ଯକ୍ରମ ଅନୁଷ୍ଠିତ


ଜୟପୁର, ୬ ନଭେମ୍ବର (ହି.ସ.)-

ଓଡିଶାର ଭାଷା ସଂସ୍କୃତି ଓ ଲୋକକଳାକୁ ଉଜ୍ଜୀବିତ କରିବାର ମାଧ୍ୟମ ହେଉଛି ଶିଶୁ ମହୋତ୍ସବ ସୁରଭି। ଶିଶୁ ମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାକୁ ଏହା ହେଉଛି ଏକ ଜରିଆ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁର ବ୍ଲକ ସ୍ତରୀୟ ସୁରଭି-୨୦୨୬ ସ୍ଥାନୀୟ ଜଗଦିଶ ଚନ୍ଦ୍ର ପୌର ଉଚ୍ଚ ବିଦ୍ୟାଳୟରେ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ଜୟପୁର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଚନ୍ଦନ କୁମାର ନାୟକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରାଯାଇଛି । ଉଦଘାଟନୀ ଉତ୍ସବରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ କେ. ଗୋପାଳ ରାଓ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଏବିଇଓ ସୋମନାଥ ଗାଦବା ଏବଂ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦେବୀ ପ୍ରସାଦ ଦାସ, ସମ୍ପାଦକ ପ୍ରଦୀପ କୁମାର ମିଶ୍ର, କୋଷାଧ୍ୟକ୍ଷ ପୁରନ୍ଧର ନାୟକ, ଜେ ସି ଏନ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଶିକ୍ଷୟିତ୍ରୀ ଗୌରୀ ପଣ୍ଡା ଉଦଘାଟନ ଉତ୍ସବର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।

ଜୟପୁର ବ୍ଲକର ୧୫ ଟି କ୍ଳଷ୍ଟରରୁ ୨୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ କୁଇଜ, ବକ୍ତୃତା, ସୃଜନଶୀଳ ଲିଖନ, ପ୍ରବନ୍ଧ, ଚିତ୍ରାଙ୍କନ, ସଂଗୀତ, ଦଳଗତ ନୃତ୍ୟ, ପି ଏମ ପୋଷଣ, ସୁନ୍ଦର ହସ୍ତାକ୍ଷର ଲିଖନ, ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସମସ୍ତ ପ୍ରତିଯୋଗିତା ଗୁଡିକ ବିଚାରକ ମଣ୍ଡଳୀ ଓ ସି ଆର ସି ସି ମାନଙ୍କ ଦ୍ୱାରା ସଠିକ୍ ଭାବେ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମକୁ ଆହୁରି ସରଳ ସୁନ୍ଦର କରିବା ଲାଗି ଉଦଯାପନୀ ଉତ୍ସବରେ ଜୟପୁର ତହସିଲଦାର ସବ୍ୟସାଚୀ ଜେନା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହ ସମ୍ପନ୍ନ ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି ଜିଲ୍ଲା ଶ୍ରମ ବିଭାଗୀୟ ଅଧିକାରୀ ବିଶ୍ୱରଞ୍ଜନ କହଁର, ସହ ଶ୍ରମ ଅଧିକାରୀ ଅନନ୍ତ କୁମାର ମୁଦୁଲି, ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧକ୍ଷା ମମତା ଝୋଡ଼ିଆ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ନୃତ୍ୟଗୁରୁ ପଞ୍ଚାନନ ମିଶ୍ର, ଶିକ୍ଷୟିତ୍ରୀ ଶଙ୍କରି ଦଳପତି, ବିକ୍ରମଦେବ ମହାବିଦ୍ୟାଳୟ ଅଧ୍ୟାପକ ଦେବ କଟଲି ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ଶିକ୍ଷକ ଶଙ୍କର ପ୍ରହରାଜ, ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର,ସୁବର୍ଣ୍ଣା ଖିଲ ଜ୍ୟୋତିରାଣୀ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ଦଳଗତ ନୃତ୍ୟରେ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଘିଉରୀ, ସଂଗୀତରେ ଶିବରାଜ ବେହେରା, ଚିତ୍ରାଙ୍କନରେ ରାଜେଶ ମଉକା, ଅଜୟ କୁମାର କୁଇଜରେ ମଧୁସ୍ମିତା ପଣ୍ଡା, ସୃଜନଶୀଳ ଲିଖନରେ ତୁଳସୀ ବାଗରିଆ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ଆସନ୍ତା ୭ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ବି ଇ ଓ ଚନ୍ଦନ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande