ଯୁବ ଅଲିମ୍ପିକ୍ସରେ ତନଭୀ ପତ୍ରିଙ୍କ ଐତିହାସିକ ରୌପ୍ୟ ପଦକ, କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, 06 ନଭେମ୍ବର (ହି.ସ.): ସେନେଗାଲର ରାଜଧାନୀ ଡାକାରଠାରେ ଆୟୋଜିତ ୟୁଥ୍ ଅଲିମ୍ପିକ୍ସ ୨୦୨୬ର ବ୍ୟାଡମିଣ୍ଟନ ମହିଳା ଏକକ ବର୍ଗରେ ଐତିହାସିକ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତର ଯୁବ ବ୍ୟାଡମିଣ୍ଟନ ତାରକା ତାନଭୀ ପତ୍ରିଙ୍କୁ ହାର୍ଦ୍ଦିକ ଅଭିନନ
ଯୁବ ଅଲିମ୍ପିକ୍ସରେ ତନଭୀ ପତ୍ରିଙ୍କ     ଐତିହାସିକ ରୌପ୍ୟ ପଦକ, କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ଅଭିନନ୍ଦନ


ଭୁବନେଶ୍ୱର, 06 ନଭେମ୍ବର (ହି.ସ.): ସେନେଗାଲର ରାଜଧାନୀ

ଡାକାରଠାରେ ଆୟୋଜିତ ୟୁଥ୍ ଅଲିମ୍ପିକ୍ସ ୨୦୨୬ର ବ୍ୟାଡମିଣ୍ଟନ ମହିଳା ଏକକ ବର୍ଗରେ ଐତିହାସିକ ରୌପ୍ୟ

ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତର ଯୁବ ବ୍ୟାଡମିଣ୍ଟନ ତାରକା ତାନଭୀ ପତ୍ରିଙ୍କୁ ହାର୍ଦ୍ଦିକ

ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ।

ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ

ନିଜର ଶୁଭେଚ୍ଛା ବାର୍ତ୍ତାରେ ତାନଭୀଙ୍କ ଏହି ଐତିହାସିକ ସଫଳତାକୁ ନେଇ ଗର୍ବ ପ୍ରକାଶ କରିଛନ୍ତି।

ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ସେନେଗାଲର ଡାକାରଠାରେ ଆୟୋଜିତ ଯୁବ ଅଲିମ୍ପିକ୍ସ2026 ବ୍ୟାଡମିଣ୍ଟନରେ ଐତିହାସିକ ରୌପ୍ୟ ପଦକ ଜିତି

ଦେଶ ପାଇଁ ଗୌରବ ଆଣିଥିବା ଭାରତର ଯୁବ ବ୍ୟାଡମିଣ୍ଟନ ତାରକା ତାନଭୀ ପତ୍ରିଙ୍କୁ ମୋର ହାର୍ଦ୍ଦିକ

ଶୁଭେଚ୍ଛା ଓ ଅଭିନନ୍ଦନ!ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ଚୀନର ଝାଙ୍ଗ ୟି

ସିନ୍ଙ୍କ ବିପକ୍ଷରେ ୨୧-୧୫, ୧୩-୨୧,

୨୪-୨୬ରେ ଏକ କଡ଼ା ଓ ସଂଘର୍ଷପୂର୍ଣ୍ଣ ମୁକାବିଲା

କରି ତାନଭୀ ଏହି ଆକର୍ଷଣୀୟ ସଫଳତା ହାସଲ କରିଛନ୍ତି। ଏହା ପୂର୍ବରୁ ସେମିଫାଇନାଲ୍ରେ ଜାପାନର

ୟୁଜୁନୋ ୱାତାନାବେଙ୍କୁ ୨୧-୧୪, ୧୧-୨୧,

୨୧-୧୯ରେ ପରାସ୍ତ କରି ଯୁବ ଅଲିମ୍ପିକ୍ସ ଫାଇନାଲ୍ରେ ପହଞ୍ଚିବାରେ ସେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ

ନୂଆ ଇତିହାସ ରଚିଥିଲେ।ଫାଇନାଲ୍ ପର୍ଯ୍ୟନ୍ତ ତାନଭୀଙ୍କର ଏହି ଅତୁଳନୀୟ

ଧୈର୍ଯ୍ୟ, ନିଷ୍ଠା ଓ ଶ୍ରେଷ୍ଠ କ୍ରୀଡ଼ାନୈପୁଣ୍ୟ ସମଗ୍ର ଦେଶ ତଥା ଆମ ଯୁବ

କ୍ରୀଡ଼ାବିତ୍ଙ୍କ ପାଇଁ ବଡ଼ ଗର୍ବ ଓ ପ୍ରେରଣାର ବିଷୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande