
ଭୁବନେଶ୍ୱର, 06 ନଭେମ୍ବର (ହି.ସ.): ଡାକାର ଯୁବ ଅଲିମ୍ପିକ୍ସ
୨୦୨୬ରେ ଓଡ଼ିଶାର ପ୍ରତିଭାବାନ ବ୍ୟାଡମିଣ୍ଟନ ଖେଳାଳି ତନଭି ପତ୍ରୀ ଐତିହାସିକ ସଫଳତା ହାସଲ କରିଛନ୍ତି।
ମହିଳା ଏକକ ବର୍ଗରେ ରୌପ୍ୟ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ତନଭିଙ୍କୁ ରାଜ୍ୟ କ୍ରୀଡ଼ା
ବିଭାଗ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
ସାମାଜିକ ଗଣମାଧ୍ୟମରେ କ୍ରୀଡ଼ା
ବିଭାଗ ନିଜରବାର୍ତ୍ତାରେ କହିଛଯେ,ଓଡ଼ିଶାର ପ୍ରତିଭାବାନ ବ୍ୟାଡମିଣ୍ଟନ ଖେଳାଳି ତନଭି ପତ୍ରି ଡାକାର
ଯୁବ ଅଲିମ୍ପିକ୍ସ ୨୦୨୬ର ମହିଳା ସିଙ୍ଗଲ୍ସ ବର୍ଗରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି।
ଫାଇନାଲରେ ଚୀନର ୟି ଜିନ୍ ଝାଙ୍ଗଙ୍କ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ତନଭି ୧୫-୨୧, ୨୧-୧୩ ଓ ୨୪-୨୬ ଗେମ୍ରେ ପରାସ୍ତ ହୋଇଥିଲେ।ଯୁବ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ପଦକ ଜିତିବାରେ ପ୍ରଥମ ଭାରତୀୟ
ମହିଳା ଖେଳାଳି ହୋଇଥିବା ତନଭିଙ୍କ ଏହି ଐତିହାସିକ ସଫଳତା ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବର
ବିଷୟ। ଏହି ଅନନ୍ୟ ସଫଳତା ପାଇଁ ତାଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା