ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟ ରେ ତାଲା ମାରି ଧାରଣାରେ ଛତ୍ରଛାତ୍ରୀ
ଜୟପୁର, ୦୬ ନଭେମ୍ବର(ହି.ସ.) – ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଶିକ୍ଷକ ଅଭାବ କାରଣରୁ ଶିକ୍ଷା ଦାନ ରେ ଅସୁବିଧା ସମ୍ମୁଖିନ ହେଉଥିଲେ ଛତ୍ର ଛାତ୍ରୀ। ବାରମ୍ବାର ଗୁହାରି କରିବା ପରେ କିଛି ସୁଫଳ ମିଳିଲାନି। ଶେଷରେ ଛାତ୍ର ଛାତ୍ରୀ ନେଲେ ଚରମ ନିଷ୍ପତି ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟ ରେ ତାଲା ମାରି ଧାରଣା ରେ ଛତ୍ର ଛାତ୍ରୀ


ଜୟପୁର, ୦୬ ନଭେମ୍ବର(ହି.ସ.) – ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଶିକ୍ଷକ ଅଭାବ କାରଣରୁ ଶିକ୍ଷା ଦାନ ରେ ଅସୁବିଧା ସମ୍ମୁଖିନ ହେଉଥିଲେ ଛତ୍ର ଛାତ୍ରୀ। ବାରମ୍ବାର ଗୁହାରି କରିବା ପରେ କିଛି ସୁଫଳ ମିଳିଲାନି। ଶେଷରେ ଛାତ୍ର ଛାତ୍ରୀ ନେଲେ ଚରମ ନିଷ୍ପତି ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ତାଲା ମାରି ଧାରଣାରେ ବସିଛନ୍ତି ଛାତ୍ର ଛାତ୍ରୀ ଓ ଅଭିଭାବକ। ବିଦ୍ୟାଳୟ ରେ ତାଲାପଡ଼ି ୫ଦିନ ବିତିଲା ତଥାପି ଶିକ୍ଷା ବିଭାଗର କୌଣସି ପଦକ୍ଷେପ ନିଆଯାଉନି। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଗୁମୁଡ଼ା ପଂଚାୟତ ର ଭୁମିଆ ଗୁଡା ଉଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟ ରେ ଶିଶୁ ବାଟିକା ଠାରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ରହିଛି। ୧୬୫ ଛାତ୍ର ଛାତ୍ରାଙ୍କୁ କେବଳ ୩ଜଣ ଶିକ୍ଷକ ଅଛନ୍ତି। ୩ଶିକ୍ଷକଙ୍କ ମଧ୍ୟରୁ ୨ ବିଏଲୋ ଦାଇତ୍ୱ ତୁଲାଉଛନ୍ତି। ଜଣେ ଶିକ୍ଷକରେ ପାଠପଢ଼ା ବାଧା ପ୍ରାପ୍ତ ହେଉଛି। ଏଣୁ ଏହାର ଏହାର ସ୍ଥାୟୀ ସମାଧାନ ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଛତ୍ର ଛାତ୍ରୀ ଓ ଅଭିଭାବକ। ସେପଟେ ଘଟଣା ସମ୍ପର୍କରେ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବି ଶଙ୍କର ଦାସ ଅବଗତ କରାଯାଇ ଥିବା କହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande