
ଭୁବନେଶ୍ୱର,୦୬ ନଭେମ୍ବର(ହି.ସ.) - କେନ୍ଦୁଝରର ବିକାଶ ଧାରାରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ିହୋଇଛି। ଶୁକ୍ରବାର କେନ୍ଦୁଝର ଠାରେ ବୈଷୟିକ ଓ ବାଣିଜ୍ୟିକ ପ୍ରତିଷ୍ଠାନର ଭିତିପ୍ରସ୍ତର ସ୍ଥାପନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଯୋଗଦେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ ।
ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ଆଇଟି କ୍ଷେତ୍ରର ବିକାଶକୁ ନୂତନ ଗତି ଦେବା ପାଇଁ ପ୍ରସ୍ତୁତ କେନ୍ଦୁଝର ମାଟି। ୨୭ ହଜାର ୪୫୭ ବର୍ଗମିଟର ପରିବ୍ୟାପ୍ତ ଏବଂ ୨୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଆଧୁନିକ ଭିତିଭୂମି ନୂଆ ଶିଳ୍ପ ଓ ନିଯୁକ୍ତି ସମ୍ଭାବନାର ଏକ ପ୍ରମୁଖ କେନ୍ଦ୍ର ହେବ। ଏହି ପ୍ରତିଷ୍ଠାନ ଆଂଚଳିକ ଅର୍ଥନୈତିକ ବିକାଶକୁ ନୂତନ ଦିଗ ଦେବା ସହ ଉତର ଓଡ଼ିଶାର ଆଇଟି ଌ ଆଇଟିଇଏସ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବ।
ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାଏକ ଏବଂ କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା