ୟୁଥ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ତନ୍ୱୀ ପତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, ୬ ନଭେମ୍ବର (ହି.ସ.)। ଓଡ଼ିଶାର ଯୁବ ବ୍ୟାଡମିଣ୍ଟନ ଖେଳାଳି ତନ୍ୱୀ ପତ୍ରୀ ୟୁଥ୍ ଅଲିମ୍ପିକ୍ସ ୨୦୨୬ର ମହିଳା ଏକକ ବର୍ଗରେ ରୌପ୍ୟ ପଦକ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସେନେଗାଲର ରାଜଧାନୀ ଡାକାରରେ
ୟୁଥ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ     ଜିତିବା ପରେ ତନ୍ୱୀ ପତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିନନ୍ଦନ


ଭୁବନେଶ୍ୱର, ୬ ନଭେମ୍ବର (ହି.ସ.)।

ଓଡ଼ିଶାର ଯୁବ ବ୍ୟାଡମିଣ୍ଟନ ଖେଳାଳି ତନ୍ୱୀ ପତ୍ରୀ ୟୁଥ୍ ଅଲିମ୍ପିକ୍ସ ୨୦୨୬ର ମହିଳା ଏକକ ବର୍ଗରେ

ରୌପ୍ୟ ପଦକ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ସେନେଗାଲର ରାଜଧାନୀ ଡାକାରରେ ଆୟୋଜିତ ଏହି ପ୍ରତିଯୋଗିତାରେ ତନ୍ୱୀଙ୍କ ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ

ଖୁସି ପ୍ରକାଶ କରିବା ସହ ଏହାକୁ ଓଡ଼ିଶା ଏବଂ ଦେଶ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ମାଝୀ ସୋସିଆଲ

ମିଡିଆରେ ନିଜ ବାର୍ତ୍ତାରେ କହିଛନ୍ତି ଯେ, ତନ୍ୱୀ ନିଜର ଅସାଧାରଣ ପ୍ରତିଭା, ଦୃଢ଼ ସଂକଳ୍ପ ଏବଂ ସଂଘର୍ଷମୟ

ମନୋଭାବ ବଳରେ ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା କଠିନ ପରିଶ୍ରମ

ଓ ନିଷ୍ଠାର ଫଳ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ତନ୍ୱୀଙ୍କ ଏହି ସଫଳତା

ରାଜ୍ୟର ଅନେକ ଯୁବ ଖେଳାଳିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ଏବଂ ଉତ୍କୃଷ୍ଟ ପ୍ରଦର୍ଶନ କରିବା

ପାଇଁ ପ୍ରେରଣା ଯୋଗାଇବ। ମୁଖ୍ୟମନ୍ତ୍ରୀ ତନ୍ୱୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ

ଦିନରେ ମଧ୍ୟ ସେ ଦେଶ ଓ ରାଜ୍ୟ ପାଇଁ ଏହିପରି ଅନେକ ସଫଳତା ହାସଲ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande