ଭାଜପା ଅଧ୍ୟକ୍ଷ ନିତିନ ନବୀନ ସଂଜୟ ସରାୱଗୀଙ୍କ ମାତାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ପାଟନା/ଦରଭଙ୍ଗା,୨୪ ଫେବୃଆରୀ(ହି.ସ.) – ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ମଙ୍ଗଳବାର ଦିନ ଦରଭଙ୍ଗା ପହଂଚିଛନ୍ତି। ସେ ଦରଭଙ୍ଗା ସହରରୁ ଭାଜପା ବିଧାୟକ-ସର ପ୍ରଦେଶ ଅଧ୍ୟକ୍ଷ ସଂଜୟ ସରାବଗୀଙ୍କ ଦିବଂଗତ ମାତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ ଏବଂ ତାଙ୍କୁ ପ୍ର
ଭାଜପା ଅଧ୍ୟକ୍ଷ ନିତିନ ନବୀନ ସଂଜୟ ସରାୱଗୀଙ୍କ ମାତାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି


ପାଟନା/ଦରଭଙ୍ଗା,୨୪ ଫେବୃଆରୀ(ହି.ସ.) – ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ମଙ୍ଗଳବାର ଦିନ ଦରଭଙ୍ଗା ପହଂଚିଛନ୍ତି। ସେ ଦରଭଙ୍ଗା ସହରରୁ ଭାଜପା ବିଧାୟକ-ସର ପ୍ରଦେଶ ଅଧ୍ୟକ୍ଷ ସଂଜୟ ସରାବଗୀଙ୍କ ଦିବଂଗତ ମାତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ ଏବଂ ତାଙ୍କୁ ପ୍ରଣାମ କରିଥିଲେ।

ଏହାପୂର୍ବରୁ ମିଥିଳାର ସାଂସ୍କୃତିକ ରାଜଧାନୀ ଦରଭଙ୍ଗା ଏୟାରପୋର୍ଟରେ ସେ ପହଂଚିବା ପରେ ଜୟ ଶ୍ରୀରାମ, ଭାରତ ମାତା କି ଜୟ, ଏବଂ ନିତିନ ନବୀନ ଜିନ୍ଦାବାଦ ସ୍ଲୋଗାନରେ ମାହୋଲ ଗୁଞ୍ଜରିତ ହୋଇଥିଲା। ବଡ଼ ସଂଖ୍ୟାରେ କାର୍ଯ୍ୟକର୍ତା ଏବଂ ନେତା ଉପସ୍ଥିତ ଥିଲେ।

ବିହାରର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଆଗକୁ ବଢ଼ି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସ୍ୱାଗତ କରିଥିଲେ। ତାଙ୍କୁ ଫୁଲମାଳା ପିନ୍ଧାଯାଇଛି ଏବଂ ସାଲ୍ ଘୋଡ଼ାଇ ହୋଇ ଅଭିନନ୍ଦନ କରାଯାଇଛି। ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଡିୟା ଠାରୁ ଦୂରତା ରଖି ଏବଂ ସିଧା ରାଜ୍ୟ ଅଧ୍ୟକ୍ଷଙ୍କ ଘର ପାଇଁ ବାହାରିଯାଇଥିଲେ। ସଂଜୟ ସରାୱଗିଙ୍କ ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପିତ କରିବା ପରେ ନିତିନ ନବୀନ ଦରଭଙ୍ଗା ସର୍କିଟ ହାଉସ୍ ପହଂଚିଛନ୍ତି, ଯେଉଁଠାରେ ଭାଜପାର କୋର୍ କମିଟିର ବୈଠକ ଆୟୋଜିତ ହୋଇଛି। ବୈଠକରେ ରାଜ୍ୟସଭାର ପାଂଚ ସିଟ୍ରେ ହେବାକୁ ଥିବା ନିର୍ବାଚନ ପାଇଁ ଆଶାୟୀଙ୍କ ଚୟନକୁ ନେଇ ଚର୍ଚ୍ଚା କରାଯାଇଛି।

ବୈଠକରେ ସଂଗଠନ ମହାମନ୍ତ୍ରୀ ଭୀଖୁ ଭାଇ ଦଲସାନିୟା, କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା, ମନ୍ତ୍ରୀ ଡା. ଦିଲ୍ଲୀପ ଜୟସୱାଲ, ସଂଜୟ ଜୟସୱାଲ, ପୂର୍ବ ମନ୍ତ୍ରୀ ଜୀବେଶ କୁମାର ତଥା ରାଜ୍ୟସଭା ସଦସ୍ୟ ଡା. ଧର୍ମଶୀଳା ଗୁପ୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande