ଆଜି ଓ କାଲି ରାଜସ୍ଥାନ, ଗୁଜରାଟ ଓ ତାମିଲନାଡୁ ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 28 ଫେବ୍ରୁଆରି (ହି.ସ.)- ନରେନ୍ଦ୍ର ମୋଦି ଆଜି ଓ କାଲି ଗୁଜରାଟ, ରାଜସ୍ଥାନ, ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତରେ ରହିବେ। ଏହି ସମୟରେ ସେ ୨୩ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ଯାତ୍ରାର ପ୍ରମୁ
ପିଏମ


ନୂଆଦିଲ୍ଲୀ, 28 ଫେବ୍ରୁଆରି (ହି.ସ.)- ନରେନ୍ଦ୍ର

ମୋଦି ଆଜି ଓ କାଲି ଗୁଜରାଟ, ରାଜସ୍ଥାନ, ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତରେ ରହିବେ। ଏହି

ସମୟରେ ସେ ୨୩ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ

କରିବେ। ଏହି ଯାତ୍ରାର ପ୍ରମୁଖ ଆକର୍ଷଣ ହେଉଛି ଦେଶର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍

ଉତ୍ପାଦନ ଏବଂ କନ୍ୟାମାନଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ। ଏହି ସୂଚନା ଆଧିକାରିକ

ବିଜ୍ଞପ୍ତିରେ ଦିଆଯାଇଛି।

ଔପଚାରିକ ବିଜ୍ଞପ୍ତି

ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ୨୮ ଫେବୃଆରୀ ସକାଳ

୧୧:୩୦ରେ ରାଜସ୍ଥାନର ଆଜମେରରେ ୧୬,୬୮୦ କୋଟି ଟଙ୍କାର ପ୍ରକଳ୍ପର

ଶୁଭାରମ୍ଭ କରିବେ। ସେ ୧୪ ବର୍ଷ ବୟସର କନ୍ୟାମାନଙ୍କ ପାଇଁ ସର୍ଭାଇକାଲ କ୍ୟାନ୍ସର (ଗର୍ଭାଶୟ

ଗ୍ରୀବା କ୍ୟାନ୍ସର) ପ୍ରତିରୋଧ ନିମନ୍ତେ ରାଷ୍ଟ୍ରବ୍ୟାପୀ ଏଚପିଭି ଟୀକାକରଣ ଅଭିଯାନର ଆରମ୍ଭ

କରିବେ। ସରକାରୀ ବିଭାଗରେ ନବନିଯୁକ୍ତ ୨୧,୮୦୦ ଯୁବକ-ଯୁବତୀଙ୍କୁ

ନିଯୁକ୍ତି ପତ୍ର ବଣ୍ଟନ କରାଯିବ। ଏହାସହିତ ଦିଲ୍ଲୀ-ବଡୋଦରା ଏକ୍ସପ୍ରେସ-ୱେ ଏବଂ

ଅମୃତସର-ଜାମନଗର ଇକୋନୋମିକ କରିଡର ସହ ସମ୍ପୃକ୍ତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande