
ନୂଆଦିଲ୍ଲୀ, 28 ଫେବ୍ରୁଆରି (ହି.ସ.) - କେନ୍ଦ୍ରୀୟ
ଅନ୍ୱେଷଣ ବ୍ୟୁରୋ (ସିବିଆଇ) ଭାରତୀୟ ଆୟୁଧ ନିର୍ମାଣୀ ସେବା (ଅର୍ଡିନାନ୍ସ ଫ୍ୟାକ୍ଟରୀ
ସର୍ଭିସ)ର ଅଧିକାରୀ ଅମିତ ସିଂହଙ୍କ ବିରୋଧରେ ଆୟରୁ ଅଧିକ ସମ୍ପତ୍ତି ମାମଲା ରୁଜୁ କରି
ଶୁକ୍ରବାର ପାଞ୍ଚଟି ପରିସରରେ ତଲାସୀ କରିଛି। ତଲାଶି ସମୟରେ ୪୯ ଲକ୍ଷ ଟଙ୍କାର ଗହଣା, ୫ ଲକ୍ଷ ଟଙ୍କା ନଗଦ ଏବଂ ସମ୍ପତ୍ତି ସମ୍ବନ୍ଧୀୟ ଦଲିଲପତ୍ର ଜବତ
କରାଯାଇଛି।
ସିବିଆଇ ଅନୁସାରେ, ଅମିତ ସିଂହ ୧୯୯୮ ବ୍ୟାଚର ଅଧିକାରୀ। ସେ ୨୦୨୨ ରୁ ୨୦୨୫ ମଧ୍ୟରେ
ଫିରୋଜାବାଦ ଜିଲ୍ଲାର ହଜରତପୁର ସ୍ଥିତ ଆୟୁଧ ଉପକରଣ ନିର୍ମାଣୀ ହଜରତପୁରରେ ମୁଖ୍ୟ ମହାପ୍ରବନ୍ଧକ
ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ସେ କାନପୁର ସ୍ଥିତ ଟ୍ରୁପ କମ୍ଫର୍ଟସ୍ ଲିମିଟେଡ୍
ପ୍ରଶିକ୍ଷଣ ଏକାଡେମୀରେ ନିଯୁକ୍ତ ଅଛନ୍ତି। ଏଜେନ୍ସି ଜଣାଇଛି ଯେ, ତାଙ୍କ ବିରୋଧରେ ୨୬ ଫେବୃଆରୀରେ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗ
ଅନୁଯାୟୀ,
୧ ଏପ୍ରିଲ ୨୦୨୨ ରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସମୟସୀମାରେ ସେ
ନିଜ ଜଣାଶୁଣା ଆୟରୁ ୫୫.୫୮ ଲକ୍ଷ ଟଙ୍କା ଅଧିକ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗ ରହିଛି, ଯାହା ତାଙ୍କର ବେଆଇନ ଆୟଠାରୁ ୭୩.୨୮ ପ୍ରତିଶତ ଅଧିକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା