ଆତଙ୍କବାଦୀର ଗୁଳିରେ ଆହତ ସୈନିକ ଟାଇସନର ଅବସ୍ଥାରେ ସୁଧାର
ଜମ୍ମୁ, 24 ଫେବ୍ରୁଆରି (ହି.ସ.)- ଜମ୍ମୁ ଓ କଶ୍ମୀରର କିସ୍ତୱାଡାଜିଲ୍ଲାରେ ‘ଅପରେଶନ ତ୍ରାଶି-I’ ସମୟରେ ସେନାଙ୍କୁ ନେତୃତ୍ୱ ଦେଇ ପ୍ରଥମ ଗୁଳି ଖାଇଥିବା ସେନାର ସାହସୀ କୁକୁର ‘ଟାଇସନ’ ବର୍ତ୍ତମାନ ସୁସ୍ଥ ହେଉଛି। ଏହି ବୀର କୁକୁରର ସାହସ ରବିବାର ଚତ୍ରୁ ଅଞ୍ଚଳର ପାସରକୁଟ ନ
ଟାଇସନ୍


ଜମ୍ମୁ, 24 ଫେବ୍ରୁଆରି (ହି.ସ.)- ଜମ୍ମୁ ଓ କଶ୍ମୀରର କିସ୍ତୱାଡାଜିଲ୍ଲାରେ

‘ଅପରେଶନ ତ୍ରାଶି-I’ ସମୟରେ ସେନାଙ୍କୁ ନେତୃତ୍ୱ ଦେଇ ପ୍ରଥମ ଗୁଳି ଖାଇଥିବା ସେନାର ସାହସୀ

କୁକୁର ‘ଟାଇସନ’ ବର୍ତ୍ତମାନ ସୁସ୍ଥ ହେଉଛି। ଏହି ବୀର କୁକୁରର ସାହସ ରବିବାର ଚତ୍ରୁ

ଅଞ୍ଚଳର ପାସରକୁଟ ନିକଟସ୍ଥ ଏକ ପାହାଡ଼ ତଳେ ଥିବା ମାଟିର ଘର ଭିତରେ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ (ଜେଇଏମ) କମାଣ୍ଡର ସୈଫୁଲ୍ଲାହ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ମାରିବାରେ

ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା।

ସେନାର ହ୍ୱାଇଟ ନାଇଟ କୋରକହିଛି ଯେ କିଶ୍ତୱାରରେ

ହାଲିଆ ‘ଅପରେଶନ ତ୍ରାଶି-I’ରେଆକ୍ରମଣାତ୍ମକ କୁକୁର ‘ଟାଇସନ’ ଆତଙ୍କବାଦୀମାନଙ୍କ

ଆଶ୍ରୟସ୍ଥଳରେ ପ୍ରବେଶ କରିବା ସମୟରେ ପ୍ରଥମ ଗୁଳି ଖାଇ ଅସାଧାରଣ ସାହସ ଦେଖାଇଥିଲା। ଆଘାତକୁ

ଅବହେଳା କରି ସେ ଆଗକୁ ବଢ଼ି ଆତଙ୍କବାଦୀମାନଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲା, ଯାହାର ଫଳରେ ସେମାନେ ଗୁଳିବର୍ଷା କରିବାକୁ ବାଧ୍ୟ ହୋଇଥିଲେ ଏବଂ

ଏଭଳି ତାଙ୍କର ଉପସ୍ଥିତି ସ୍ପଷ୍ଟ ହୋଇଥିଲା।

ସେନା କହିଛି ଯେ ଟାଇସନଙ୍କ ନିର୍ଭୀକତା ହ୍ୱାଇଟ ନାଇଟ କୋର, ପୋଲିସ ଏବଂ ସିଆରପିଏଫ ଯବାନମାନଙ୍କୁ ପାକିସ୍ତାନ ସମର୍ଥିତ ତିନି

ଆତଙ୍କବାଦୀଙ୍କୁ ସଠିକ ଭାବରେ ଲକ୍ଷ୍ୟ କରି ମାରିବାରେ ସକ୍ଷମ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande