
ନୂଆଦିଲ୍ଲୀ,୨୪ ଫେବୃଆରୀ(ହି.ସ.) – ରାଜଧାନୀ ଦିଲ୍ଲୀରେ ଇଂଟରନେଟ ସ୍ପିଡ ମାମଲାରେ ଜିୟୋ ଏବଂ ଏୟାରଟେଲ୍ ଆଗରେ। ଯେତେବେଳେ କଲିଂ ମାମଲାରେ ଭୋଡ଼ାଫୋନ୍-ଆଇଡିୟା ନମ୍ବର ପ୍ରଥମ ସ୍ଥାନରେ ।
ଦୂରସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ଦିଲ୍ଲୀରେ ଜାନୁଆରୀରେ କରାଯାଇଥିବା ମୋବାଇଲ୍ ନେଟୱାର୍କର ଗୁଣବତା ସହିତ ଯୋଡ଼ିଥିବା ଡ୍ରାଇବ ଟେଷ୍ଟ ଏବଂ ବ୍ୟାକ୍ ଟେଷ୍ଟ ଆଧାରରେ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ ଏୟାରଟେଲ୍ ଏବଂ ଭୋଡ଼ାଫୋନ-ଆଇଡିଆ କଲ୍ ସଫଳତା ଦରରେ ୧୦୦ ପ୍ରତିଶତରେ ରହିଥିବାବେଳେ ଜିୟୋ ୯୯.୨୨ ପ୍ରତିଶତ ଏବଂ ଏମ୍ଟିଏମ୍ଏଲ୍ ୮୨.୮୨ ପ୍ରତିଶତରେ ରହିଛି। କଲ୍ ଡ୍ରାପ୍ ରେଟ୍ରେ ଏୟାରଟେଲ୍ ୦.୩୯ ପ୍ରତିଶତ, ଜିୟୋ ୦.୫୩ ପ୍ରତିଶତ ଏବଂ ଭୋଡ଼ାଫୋନ୍-ଆଇଡିଆ ଶୂନ୍ୟ ପ୍ରତିଶତରେ ରହିଛି, ଅନ୍ୟପକ୍ଷରେ ଏମ୍ଟିଏନ୍ଏଲ୍ର ସଂଖ୍ୟା ୬.୩୪ ପ୍ରତିଶତ ରୁଜୁ କରାଯାଇଛି। ଶବ୍ଦର ଗୁଣବତାରେ ଜିୟୋ ସବୁଠାରୁ ଉତମ ରହିଛି।
ଏହି ଯାଂଚ ଦିଲ୍ଲୀର ଶାହଦରା, ଦିଲଶାଦ ଗାର୍ଡେନ, ଗାନ୍ଧୀନଗର, ଆନନ୍ଦ ବିହାର, ମୟୂର ବିହାର ଏବଂ ଭୀଡ଼ଥିବା ବଜାର ଏବଂ ମେଟ୍ରୋ ଷ୍ଟେଶନରେ କରାଯାଇଛି। ଟ୍ରାଇ କହିଛି ଯେ ଯାଂଚ ସମୟରେ ଜିୟୋର ଔସତନ ଡାଉନଲୋଡ଼ ସ୍ପିଡ୍ ୨୬୬.୯୯ ଏମ୍ବିପିଏସ୍ ଏବଂ ଏୟାରଟେଲ୍ର ୨୩୧.୯୭ ଏମ୍ବିପିଏସ୍ ରହିଛି। ଭୋଡ଼ାଫୋନ୍-ଆଇଡିଆ ୨୪.୫୫ ଏମବିପିଏସ୍ ଏବଂ ଏମ୍ଟିଏନ୍ଏଲ୍ ୩.୮୩ ଏମ୍ବିପିଏସ୍ରେ ରହିଛି। ଅପଲୋଡ଼ ସ୍ପିଡ୍ରେ ଏୟାରଟେଲ୍ ୩୧.୩୯ ଏମ୍ବିପିଏସ୍ ଏବଂ ଜିୟୋ ୨୩.୯୩ ଏମ୍ବିପିଏସ୍ରେ ରହିଛି।
ବ୍ୟସ୍ତ ଏବଂ ଭିଡ଼ଥିବା ଅଂଚଳରେ ଜିୟୋ ୫ଜି ଡାଉନ୍ଲୋଡ଼ ସ୍ପିଡ୍ରେ ସବୁଠାରୁ ଭଲ ପ୍ରଦର୍ଶନ କରିଛି। ଏହି ସମୟରେ ଜିୟୋ ସ୍ପିଡ୍ ୩୬୧.୮୪ ଏମ୍ବିପିଏସ୍, ଏୟାରଟେଲ୍ ୨୧୪.୧୦ ଏମ୍ବିପିଏସ୍ ଏବଂ ଭୋଡ଼ାଫୋନ୍-ଆଇଡିୟା ୪୪.୧୩ ଏମ୍ବିପିଏସ୍ ରହିଛି। ଏମ୍ଟିଏନ୍ଏଲ୍ରେ ୪ଜି ଏବଂ ୫ଜି ସେବା ମିଳିନାହିଁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି