
ନୂଆଦିଲ୍ଲୀ, 24 ଫେବ୍ରୁଆରି (ହି.ସ.) - ନରେନ୍ଦ୍ର ମୋଦି 25
ଫେବୃଆରୀରୁ ଦୁଇଦିନିଆ ଗସ୍ତରେ ଇସ୍ରାଏଲ ଯିବେ। ଏହି ସମୟରେ ସେ ତାଙ୍କର ଇସ୍ରାଏଲୀ ସମକକ୍ଷ ବେଂଜାମିନ
ନେତାନ୍ୟାହୁଙ୍କ ସହ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଇସ୍ରାଏଲୀ ସଂସଦ ନେସେଟକୁ
ସମ୍ବୋଧନ କରିବେ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ସମୟ ଅନୁଯାୟୀ ବୁଧବାର ସକାଳ
12:45ରେ ତେଲଅଭିବରେପହଞ୍ଚିବେ। ଆଗମନ ସମୟରେ
ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସଂକ୍ଷିପ୍ତ ସାକ୍ଷାତକାର ହେବ। ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ନେସେଟକୁ
ସମ୍ବୋଧନ କରିବା ସହିତ ଭାରତୀୟ ମୂଳର ଲୋକମାନଙ୍କ ସହ ଏକ ସାମୁଦାୟିକ କାର୍ଯ୍ୟକ୍ରମରେ ଯୋଗଦେବେ
ଏବଂ ଏକ ପ୍ରଯୁକ୍ତି ପ୍ରଦର୍ଶନୀକୁ ଦର୍ଶନ କରିବେ। ରାତିରେ ସେ ପ୍ରଧାନମନ୍ତ୍ରୀ ବେଂଜାମିନ
ନେତାନ୍ୟାହୁଙ୍କ ଆୟୋଜିତ ବ୍ୟକ୍ତିଗତ ରାତ୍ରିଭୋଜରେ ଅଂଶଗ୍ରହଣ କରିବେ।
ଯାତ୍ରାର ଦ୍ୱିତୀୟ ଦିନ 26 ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦୀ ଜେରୁଜେଲମରେ ଅବସ୍ଥିତ ୱାସେମକୁ
ଯାଇ ହୋଲୋକୋଷ୍ଟ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ, ଯେଉଁଠାରେ
ନାଜି ନିର୍ଯାତନାରେ ନିହତ ଲକ୍ଷେ ଲକ୍ଷ ଇହୁଦୀମାନଙ୍କ ସ୍ମୃତି ସଂରକ୍ଷିତ ଅଛି।
ତାପରେ ପ୍ରଧାନମନ୍ତ୍ରୀ ଇସ୍ରାଏଲର ରାଷ୍ଟ୍ରପତି ଇସହାକ ହର୍ଜୋକଙ୍କ ସହ ଦ୍ୱିପକ୍ଷୀୟ
ଆଲୋଚନା କରିବେ। ଉଭୟ ଦେଶର ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରର ଆଲୋଚନା
ମଧ୍ୟ ହେବ। ଏହି ଆଲୋଚନା ପରେ ନବୋନ୍ମେଷ, ବିଜ୍ଞାନ ଓ ପ୍ରଯୁକ୍ତି, କୃତ୍ରିମ ବୁଦ୍ଧିମତା, ସାଇବର
ସୁରକ୍ଷା ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତି ପରି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ମତିପତ୍ରରେ
ସ୍ୱାକ୍ଷର ହେବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଯାତ୍ରା ସମୟରେ ଭାରତୀୟ ଏବଂ ଇହୁଦୀ ସମୁଦାୟର ସଦସ୍ୟମାନଙ୍କ
ସହ ମଧ୍ୟ ସାକ୍ଷାତକାର କରିବେ। ଏହି ଯାତ୍ରାକୁ କୌଶଳୀୟ, ପ୍ରଯୁକ୍ତିକ
ଓ ନବୋନ୍ମେଷ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ
ଦେଖାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା