
ନୂଆଦିଲ୍ଲୀ, 24 ଫେବ୍ରୁଆରି (ହି.ସ.)- ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ ଆଜିଠାରୁ ୨୭ ଫେବୃଆରୀ ପର୍ଯ୍ୟନ୍ତ ଦେଶର ତିନୋଟି ରାଜ୍ୟ ମହାରାଷ୍ଟ୍ର, ଝାରଖଣ୍ଡ ଏବଂ ରାଜସ୍ଥାନ ଗସ୍ତରେ ରହିବେ। ଏହି ସମୟରେ ସେ ସ୍ୱାସ୍ଥ୍ୟ, ଆଧ୍ୟାତ୍ମିକ ଏବଂ ସେନା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ
କରିବେ।
ରାଷ୍ଟ୍ରପତି ଭବନ ଅନୁସାରେ, ରାଷ୍ଟ୍ରପତି ଆଜି ମୁମ୍ବାଇ ସ୍ଥିତ ଲୋକଭବନରେ ପିଡି ହିନ୍ଦୁଜା
ହସ୍ପିଟାଲର ରାଷ୍ଟ୍ରବ୍ୟାପୀ ଅଭିଯାନ ‘ସେଭିଂ ଲାଇଭ୍ସ ଏଣ୍ଡ ବିଲ୍ଡିଂ ଏ ହେଲ୍ଥିଅର୍ ଭାରତ’ର ଉଦ୍ଘାଟନ କରିବେ। ଏହି ଅଭିଯାନର ଲକ୍ଷ୍ୟ ସାରା ଦେଶରେ ସ୍ୱାସ୍ଥ୍ୟ
ସଚେତନତା ବୃଦ୍ଧି କରିବା ସହ ଉନ୍ନତ ଚିକିତ୍ସା ସୁବିଧାକୁ ପ୍ରୋତ୍ସାହନ ଦେବା।
୨୫ ଫେବୃଆରୀରେ
ରାଷ୍ଟ୍ରପତି ବୁଲଢାଣା ଜିଲ୍ଲାର ଶେଗାଓଁରେ ଆୟୋଜିତ ‘ରାଷ୍ଟ୍ରୀୟ ଆରୋଗ୍ୟ ମେଳା ୨୦୨୬’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହା ପରେ ନାଗପୁରରେ
ବ୍ରହ୍ମାକୁମାରୀଜଙ୍କ ‘ଏକତା ଓ ବିଶ୍ୱାସ ମାଧ୍ୟମରେ ମହାରାଷ୍ଟ୍ରର ସ୍ୱର୍ଣ୍ଣିମ ଯୁଗ’ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଶୁଭାରମ୍ଭ ଅବସରରେ ମଧ୍ୟ ଅଂଶଗ୍ରହଣ
କରିବେ।
୨୬ ଫେବୃଆରୀରେ
ରାଷ୍ଟ୍ରପତି ଝାରଖଣ୍ଡର ଜମ୍ଶେଦପୁରରେ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚ୍ୟାରିଟେବଲ୍
ସେଣ୍ଟର ଟ୍ରଷ୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମରେ ସମ୍ମିଳିତ ହେବେ।
ଏହା ସହିତ ସେ ଜାମସେଦପୁରର ମଣିପାଲ ଟାଟା ମେଡିକାଲ୍ କଲେଜ୍ର ମଧ୍ୟ ପରିଦର୍ଶନ କରିବେ।
ଗସ୍ତର ଶେଷ ଦିନ ୨୭
ଫେବୃଆରୀରେ ରାଷ୍ଟ୍ରପତି ରାଜସ୍ଥାନର ପୋଖରଣରେ ଆୟୋଜିତ ‘ଏକ୍ସ ବାୟୁଶକ୍ତି’ ସେନା ଅଭ୍ୟାସକୁ ଅବଲୋକନ କରିବେ। ଏହି ଅଭ୍ୟାସ ଭାରତୀୟ ବାୟୁ ସେନାର
ଆକ୍ରମଣ କ୍ଷମତା ଓ ପରିଚାଳନା କୌଶଳର ପ୍ରଦର୍ଶନ କରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା