ଏଆଇ ଶିଖର ସମ୍ମିଳନୀରେ ଜାରୀ ନୂଆଦିଲ୍ଲୀ ଘୋଷଣାପତ୍ରକୁ 91 ଦେଶ ଓ ଅନ୍ତର୍ଜାତୀୟ ସଙ୍ଗଠନର ସମର୍ଥନ
ନୂଆଦିଲ୍ଲୀ, 24 ଫେବ୍ରୁଆରି (ହି.ସ.)- ନୂଆଦିଲ୍ଲୀରେ ଗତ ସପ୍ତାହରେ ଆୟୋଜିତ ଏଆଇ ଶିଖର ସମ୍ମିଳନୀର ସମାପନ ସମୟରେ ଜାରି ହୋଇଥିବା ‘ନୂଆଦିଲ୍ଲୀ ଘୋଷଣାପତ୍ର’କୁ ଏପର୍ଯ୍ୟନ୍ତ ବିଶ୍ୱର 91ଟି ଦେଶ ଏବଂ ଆନ୍ତର୍ଜାତୀୟ ସଂଗଠନର ସମର୍ଥନ ମିଳିଛି। ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍
ଏଆଇ ଶିଖର ସମ୍ମିଳନୀରେ ଜାରୀ ନୂଆଦିଲ୍ଲୀ ଘୋଷଣାପତ୍ରକୁ 91 ଦେଶ ଓ ଅନ୍ତର୍ଜାତୀୟ     ସଙ୍ଗଠନର ସମର୍ଥନ


ନୂଆଦିଲ୍ଲୀ, 24 ଫେବ୍ରୁଆରି (ହି.ସ.)- ନୂଆଦିଲ୍ଲୀରେ ଗତ ସପ୍ତାହରେ ଆୟୋଜିତ ଏଆଇ ଶିଖର ସମ୍ମିଳନୀର ସମାପନ ସମୟରେ

ଜାରି ହୋଇଥିବା ‘ନୂଆଦିଲ୍ଲୀ ଘୋଷଣାପତ୍ର’କୁ ଏପର୍ଯ୍ୟନ୍ତ ବିଶ୍ୱର

91ଟି ଦେଶ ଏବଂ ଆନ୍ତର୍ଜାତୀୟ ସଂଗଠନର ସମର୍ଥନ ମିଳିଛି।

ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ଅନୁସାରେ,

ଭାରତ

ଏହି ମଞ୍ଚ ମାଧ୍ୟମରେ ସମାନ ଅଭିଗମ୍ୟତା ଏବଂ ବିଶ୍ୱସ୍ତରୀୟ ସହଯୋଗ ଉପରେ ଆଧାରିତ ‘ସବୁଙ୍କ ପାଇଁ ଏଆଇ’

ଭିଜନକୁ

ସଫଳତାର ସହ ନେତୃତ୍ୱ ଦେଇଛି। 21 ଫେବୃଆରୀ ପର୍ଯ୍ୟନ୍ତ ଏହି ଘୋଷଣାପତ୍ରକୁ 88ଟି ଦେଶ ଏବଂ

ଦୁଇଟି ପ୍ରମୁଖ ଆନ୍ତର୍ଜାତୀୟ ସଂଗଠନ — ୟୁରୋପିଆନ୍ ୟୁନିଅନଏବଂ ଇଂଟରନ୍ୟାସନାଲ

ଫଣ୍ଡ ଫର ଏଗ୍ରିକଲଚର ଡେଭଲପମେଂଟ ସମ୍ମତି ଜଣାଇଥିଲେ।

ଏହି ସାମୁହିକ ବିଶ୍ୱ ଦୃଷ୍ଟିକୋଣକୁ ସମର୍ଥନ କରୁଥିବା ଦେଶମାନଙ୍କ ମଧ୍ୟରେ ଆମେରିକା,

ବ୍ରିଟେନ, ଋଷିଆ, ଚୀନ, ଫ୍ରାନ୍ସ, ଜର୍ମାନୀ, ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ, ସାଉଦିଆରବ ଓ

ଆରବ ଏମିରେଟ୍ସ ପରି ପ୍ରଭାବଶାଳୀ ଦେଶମାନେ ସମ୍ମିଳିତ ଅଛନ୍ତି।

ସବୁଠାରୁ ନବୀନ ଅଦ୍ୟତନ ଅନୁଯାୟୀ ଆଉ ତିନୋଟି ଦେଶ — ବାଂଲାଦେଶ, କୋଷତଟାରିକା

ଓ ଗୁଏତମାଳା ଏଥିରେ ଯୋଗ ଦେଇଛନ୍ତି। ଏହା ସହିତ ସ୍ୱାକ୍ଷରିତ କରିଥିବା ଦେଶ ଓ

ସଂଗଠନଙ୍କ ସଂଖ୍ୟା ବୃଦ୍ଧି ପାଇ 91ରେ ପହଞ୍ଚିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande