
ଲକ୍ଷେ୍ଣø,୨୪ ଫେବୃଆରୀ(ହି.ସ.) – ଯୌନ ଉତ୍ପୀଡ଼ନର ଅଭିଯୋଗର ସାମ୍ନା କରୁଥିବା ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏବେ ନିଜର ଆଗୁଆ ଜାମିନ ପାଇଁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ପହଂଚିଛନ୍ତି। ଏଫ୍ଆଇଆର୍ ରୁଜୁ ହେବା ପରେ ଗିରଫ ହେବାରୁ ବଂଚିବା ପାଇଁ ଶଙ୍କାଚାର୍ଯ୍ୟ ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ ଦାଖଲ କରିଛନ୍ତି।
ଶଙ୍କରାଚାର୍ଯ୍ୟ ଅଧିବକ୍ତା ରାଜର୍ଷି ଗୁପ୍ତା, ସୁଧାଂଶୁ କୁମାର ଏବଂ ଶ୍ରୀ ପ୍ରକାଶଙ୍କ ଜରିଆରେ ଉଚ୍ଚ ନ୍ୟାୟାଳୟରେ ଆବେଦନ ଦାଖଲ କରାଯାଇଛି। ଜଲ୍ଦି ଏହା ଉପରେ ଶୁଣାଣୀ ହୋଇପାେ। ତେବେ ତୁଳସୀ ପୀଠାଧିଶ୍ୱର ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଶିଷ୍ୟ ଆଶୁତୋଷ ବ୍ରହ୍ମାଚାରୀ ୧୭୩(୪)ରେ ଜିଲ୍ଲା କୋର୍ଟରେ ଆବେଦନ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣୀ ପରେ ଏଡିଜେ ରେପ ଆଣ୍ଡ ପୋକ୍ସୋ ସ୍ପେଶାଲ କୋର୍ଟ ବିନୋଦ କୁମାର ଚୌରାସିୟା ଝୁଂସୀ ପୋଲିସ୍କୁ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ସମେତ ଅନ୍ୟ ସମ୍ବନ୍ଧିତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରି ବିବେଚନାର ଆଦେଶ ଦେଇଥିଲେ। କୋର୍ଟର ଏହି ଆଦେଶର ଅନୁପାଳନରେ ପୋଲିସ୍ ମୋକଦ୍ଦମା ରୁଜୁ କରିନେଇଛି। ତେବେ ଶଙ୍କରାଚାର୍ଯ୍ୟ ଏବଂ ତାଙ୍କ ସାଥୀ ସନ୍ଥଙ୍କ କେବେ ବି ଗିରଫ ହୋଇପାରେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି