
ଲକ୍ଷ୍ନୌ, 24 ଫେବ୍ରୁଆରି (ହି.ସ.)- ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର ଗସ୍ତର ଦ୍ୱିତୀୟ ଦିନରେ ଆଜି ଉତ୍ତର
ପ୍ରଦେଶକୁ ବିଶ୍ୱସ୍ତରୀୟ ପୁଞ୍ଜିନିବେଶର ଆଉ ଗୋଟିଏ ଭେଟି ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ
ନେତୃତ୍ୱରେ ଉତ୍ତର ପ୍ରଦେଶ ସରକାର ଏଭିଏସନ ସର୍ଭିସ୍ ସେକ୍ଟରର ଅଗ୍ରଣୀ କମ୍ପାନୀ ଏଆଇ ସ୍ୟାଟସସହ ଗୁରୁତ୍ୱପୂର୍ଣ୍ଣ ଏକ ଏମଓୟୁରେ ସ୍ୱାକ୍ଷର କରିଛନ୍ତି। ଏହି ସମ୍ମତିପତ୍ର ଅନୁଯାୟୀ, କମ୍ପାନୀ ଜେବର, ଗୌତମବୁଦ୍ଧ ନଗରରେ
ଅବସ୍ଥିତ ନୋଏଡା ଅନ୍ତର୍ଜାତୀୟ ଏୟାରପୋର୍ଟରେ ଦୁଇଟି ପ୍ରମୁଖ ପ୍ରକଳ୍ପ ସ୍ଥାପନ କରିବ। ଏକ
ଅତ୍ୟାଧୁନିକ କାର୍ଗୋ କ୍ୟାମ୍ପସ ଏବଂ ଅନ୍ୟଟି ବିଶ୍ୱସ୍ତରୀୟ ଏୟାର କ୍ୟାଟରିଂ କିଚେନ୍। ଏହି ଦୁଇ
ପ୍ରକଳ୍ପରେ ଏଆଇ ସ୍ୟାଟସ4458 କୋଟି ଟଙ୍କା
ପୁଞ୍ଜିନିବେଶ କରିବ।
ଜେୱର ବିମାନବନ୍ଦର ହେବ ଉତ୍ତର ଭାରତର କାର୍ଗୋ ହବ୍
ଏମଓୟୁ ଅନୁଯାୟୀ, ଏଆଇ ସ୍ୟାଟସଜେୱର ବିମାନବନ୍ଦର ପରିସରରେ ଏକ ଅତ୍ୟାଧୁନିକ କାର୍ଗୋ କ୍ୟାମ୍ପସ ନିର୍ମାଣ କରିବ। ଏହି
କାର୍ଗୋ କ୍ୟାମ୍ପସ କେବଳ ଉତ୍ତର ପ୍ରଦେଶ ନୁହେଁ, ସମଗ୍ର
ଉତ୍ତର ଭାରତ ପାଇଁ ଏୟାର ଫ୍ରେଟ୍ ଓ ଲଜିଷ୍ଟିକ୍ସର ମୁଖ୍ୟ କେନ୍ଦ୍ର ହେବ। ଏହି ପ୍ରକଳ୍ପ ଦ୍ୱାରା
ଆମଦାନୀ-ରପ୍ତାନୀ କାର୍ଯ୍ୟକଳାପରେ ଗତି ଆସିବ, ବିଶେଷକରି
ଇଲେକ୍ଟ୍ରୋନିକ୍ସ, ଫାର୍ମା ଓ କୃଷି ପଣ୍ୟ ଭଳି
କ୍ଷେତ୍ରଗୁଡ଼ିକୁ ବଡ଼ ଲାଭ ମିଳିବ। ନୋଏଡା ଅନ୍ତର୍ଜାତୀୟ ଏୟାରପୋର୍ଟକୁ ମଲ୍ଟି-ମୋଡାଲ
କନେକ୍ଟିଭିଟି ସହ ଉନ୍ନତ କରାଯାଉଛି, ଯାହା ଫଳରେ ଏହି କାର୍ଗୋ
କ୍ୟାମ୍ପସ ଆନ୍ତର୍ଜାତୀୟ ବ୍ୟାପାର ପାଇଁ ଏକ କୌଶଳୀୟ ହବ୍ ଭାବେ ଉଭା ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା