ଛତିଶଗଡରେ ନକ୍ସଲୀ ସଙ୍ଗଠନକୁ ଝଟ୍କା, କାଂକେରରେ ଡିଭିସିଏମ ମଲ୍ଲେସର ଆତ୍ମସମର୍ପଣ
ରାୟପୁର, 25 ଫେବ୍ରୁଆରି (ହି.ସ.)- ଛତିଶଗଡ଼ର ଉତ୍ତର ବସ୍ତର ଅଞ୍ଚଳରେ ସକ୍ରିୟ ଥିବା ନକ୍ସଲ ସଂଗଠନକୁ ବଡ଼ ଝଟକା ଲାଗିଛି। ଗତକାଲି ରାତି କାଙ୍କେର ଜିଲ୍ଲାର ଘୋର ନକ୍ସଲ ପ୍ରଭାବିତ ଛୋଟେବେଠିଆ ଅଞ୍ଚଳର ବିଏସଏଫ କ୍ୟାମ୍ପରେ ନକ୍ସଲ ସଂଗଠନର ଡିଭିଜନାଲ କମିଟି ସଦସ୍ୟ (ଡିଭ
ମଲ୍ଲେସ


ରାୟପୁର, 25 ଫେବ୍ରୁଆରି (ହି.ସ.)- ଛତିଶଗଡ଼ର ଉତ୍ତର

ବସ୍ତର ଅଞ୍ଚଳରେ ସକ୍ରିୟ ଥିବା ନକ୍ସଲ ସଂଗଠନକୁ ବଡ଼ ଝଟକା ଲାଗିଛି। ଗତକାଲି ରାତି କାଙ୍କେର

ଜିଲ୍ଲାର ଘୋର ନକ୍ସଲ ପ୍ରଭାବିତ ଛୋଟେବେଠିଆ ଅଞ୍ଚଳର ବିଏସଏଫ କ୍ୟାମ୍ପରେ ନକ୍ସଲ ସଂଗଠନର

ଡିଭିଜନାଲ କମିଟି ସଦସ୍ୟ (ଡିଭିସିଏମ) ମଲ୍ଲେଶ ଏକେ–୪୭ ଆସଲ୍ଟ ରାଇଫଲ ସହ ଆତ୍ମସମର୍ପଣ କରିଛନ୍ତି।

କାଂକେର ପୋଲିସଏବଂ ବିଏସଏଫର ଅଧିକାରୀମାନେ ଆଜି ଏହାର ସୂଚନା ଦେଇଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ମଲ୍ଲେଶଙ୍କୁ ସରକାରୀ ନୀତି ଅନୁଯାୟୀ ଆବଶ୍ୟକ ଆଇନଗତ ପ୍ରକ୍ରିୟା

ପୂରଣ କରିବା ପରେ ପୁନର୍ବାସ ଯୋଜନାର ଲାଭ ଦିଆଯିବ। ସୁରକ୍ଷା ଏଜେନ୍ସି ମତାନୁସାରେ, ଏହି ଆତ୍ମସମର୍ପଣ ଫଳରେ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପକୁ ବଡ଼ ଝଟକା

ଲାଗିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande