
ନୂଆଦିଲ୍ଲୀ, 25 ଫେବ୍ରୁଆରି (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଆଜିଠାରୁ
ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ରହିବେ। ନଅ ବର୍ଷରେ ଏହା ତାଙ୍କର ଦ୍ୱିତୀୟ ଯାତ୍ରା ହେବ। ପଶ୍ଚିମ
ଏସିଆରେ ବଢୁଥିବା ବିବାଦ,ବିଶେଷକରି ଆମେରିକାଏବଂ ଇରାନ ମଧ୍ୟରେ ବିଗୁଡିଥିବା ସମ୍ପର୍କର ପରିପ୍ରେକ୍ଷୀରେ ହେଉଥିବା
ଏହି ଯାତ୍ରାକୁ ଭାରତ–ଇସ୍ରାଏଲ କୌଶଳଗତ ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ
ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲର ସଂସଦକୁ ମଧ୍ୟ ସମ୍ବୋଧନ କରିବେ।
ଔପଚାରିକ ମୁଖପାତ୍ରଙ୍କ
ଅନୁସାରେ,
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କ ଆମନ୍ତ୍ରଣରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି୨୫-୨୬ ଫେବୃଆରୀରେ ଇସ୍ରାଏଲର ରାଜକୀୟ ଗସ୍ତରେ ରହିବେ। ଏହା
ପ୍ରଧାନମନ୍ତ୍ରୀଙ୍କର ଇସ୍ରାଏଲକୁ ଦ୍ୱିତୀୟ ଯାତ୍ରା ହେବ। ଏହି ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ
ମୋଦୀ ଇସ୍ରାଏଲରେ ନେତନ୍ୟାହୁଙ୍କ ସହିତ ସାକ୍ଷାତ କରିବେ।
....
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା