
ଲକ୍ଷ୍ନୌ/ଜାପାନ, 25 ଫେବ୍ରୁଆରି (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜାପାନ ଗସ୍ତର ପ୍ରଥମ ଦିନ
ଔଦ୍ୟୋଗିକ ପୁଞ୍ଜିନିବେଶ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇଛି। ବିଭିନ୍ନ ଜାପାନୀ
କମ୍ପାନୀ ସହ ପ୍ରାୟ 11 ହଜାର କୋଟି ଟଙ୍କାର ବୁଝାମଣା ପତ୍ର ଉପରେ ସ୍ୱାକ୍ଷରିତ କରାଯାଇଛି।
ଜାପାନରେ ଯେଉଁ କମ୍ପାନୀମାନଙ୍କ ସହିତ ଉତ୍ତର ପ୍ରଦେଶ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି,
ସେଗୁଡ଼ିକ
ହେଲେ —କ୍ୟୁବୋଟା କର୍ପୋରେସନ, ମିଣ୍ଡା କର୍ପୋରେସନ, ଜାପାନ ଏଭିଏସନ
ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରି, ନାଗାସେ ଆଣ୍ଡ କୋ ଲିମିଟେଡ, ସେଇକୋ ଆଡଭାନ୍ସ, ଓଆଣ୍ଡ ଓ
ଗ୍ରୁପ, ଫିଜି ଜାପାନିଜ ଜେଭି ।ଏହି ବୁଝାମଣାଗୁଡ଼ିକ
କୃଷି ଯନ୍ତ୍ର ନିର୍ମାଣ, ଔଦ୍ୟୋଗିକ ଯନ୍ତ୍ର ନିର୍ମାଣ,
ଜଳ ଓ
ପରିବେଶ ଢାଞ୍ଚାଗତ ସମାଧାନ, ଅଟୋମୋବାଇଲ୍,
ଇଲେକ୍ଟ୍ରୋନିକ୍ସ,
ଔଦ୍ୟୋଗିକ
ପ୍ରିଣ୍ଟିଂ ଓ ଗ୍ରାଫିକ୍ସ, ଆତିଥ୍ୟ ଏବଂ ରିଅଲ୍ ଏଷ୍ଟେଟ୍ ଇତ୍ୟାଦି
ବିଭିନ୍ନ କ୍ଷେତ୍ର ସହ ସମ୍ବନ୍ଧିତ। ଏହା ଦ୍ୱାରା ଉତ୍ପାଦନ କ୍ଷମତାର ବିସ୍ତାର ଓ ଔଦ୍ୟୋଗିକ
ସହଯୋଗକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି।
କୁବୋଟା କର୍ପୋରେସନ1890 ମସିହାରେ ସ୍ଥାପିତ ଜାପାନର ଏକ
ପ୍ରମୁଖ ବହୁଜାତୀୟ କମ୍ପାନୀ, ଯାହାର ମୁଖ୍ୟାଳୟ ଓସାକାରେ ଅବସ୍ଥିତ।
କମ୍ପାନୀ କୃଷି ଓ ଔଦ୍ୟୋଗିକ ଯନ୍ତ୍ର ନିର୍ମାଣ କ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ। ଏହା ଟ୍ରାକ୍ଟର,
ହାର୍ଭେଷ୍ଟର,
ଇଞ୍ଜିନ୍
ଓ ନିର୍ମାଣ ସାମଗ୍ରୀ ସହିତ ଜଳ ଓ ପରିବେଶ ଢାଞ୍ଚାଗତ ସମାଧାନ —
ପାଇପ୍,
ପମ୍ପ୍
ଓ ଟ୍ରିଟମେଣ୍ଟ ସିଷ୍ଟମ୍ କ୍ଷେତ୍ରରେ ମଧ୍ୟ କାର୍ଯ୍ୟରତ। ଏସକର୍ଟ କ୍ୟୁବୋଟା ଲିମିଟେଡ ସହ
ମିଳିତ ସହଯୋଗ ମାଧ୍ୟମରେ କମ୍ପାନୀ ଭାରତରେ ନିଜର ଉତ୍ପାଦନ ବିସ୍ତାର ଏବଂ କୃଷି ଯାନ୍ତ୍ରିକୀକରଣ
କ୍ଷେତ୍ରରେ ଉପସ୍ଥିତିକୁ ଆହୁରି ସୁଦୃଢ଼ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା