ମନାଲିରେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ନାତିଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ
କୁଲ୍ଲୁ-, 25 ଫେବ୍ରୁଆରି (ହି.ସ.) ପର୍ଯ୍ୟଟନ ନଗରୀ ମନାଲିକୁ ବୁଲିବାକୁ ଆସିଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ନାତିଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ଘଟିଛି। ପୁଲିସ ତଦନ୍ତ ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ
ମନାଲିରେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ନାତିଙ୍କ ସନ୍ଦିଗ୍ଧ ପରିସ୍ଥିତିରେ     ମୃତ୍ୟୁ


କୁଲ୍ଲୁ-, 25 ଫେବ୍ରୁଆରି (ହି.ସ.) ପର୍ଯ୍ୟଟନ ନଗରୀ ମନାଲିକୁ ବୁଲିବାକୁ ଆସିଥିବା ଝାରଖଣ୍ଡର ପୂର୍ବତନ

ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ନାତିଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ଘଟିଛି। ପୁଲିସ

ତଦନ୍ତ ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ଚମ୍ପାଇ ସୋରେନଙ୍କ ନାତି ବୀର ସୋରେନ 22

ଫେବୃଆରୀରେ ତାଙ୍କ ସାଥୀମାନଙ୍କ ସହ ମନାଲିବୁଲିବାକୁ ଆସିଥିଲେ।

ସେମାନେ ସମସ୍ତେ ସିମସାର ହିମାଲୟନ ସାଲେଟ ହୋମ୍-ଷ୍ଟେରେ ରହୁଥିଲେ। 23 ଫେବୃଆରୀରେ ସମସ୍ତେ

ସୋଲାଙ୍ଗ/ସେଥନ ଅଞ୍ଚଳ ବୁଲିବାକୁ ଯାଇଥିଲେ ଏବଂ ସନ୍ଧ୍ୟାରେ ପୁନର୍ବାର ହୋମ୍-ଷ୍ଟେକୁ

ଫେରିଥିଲେ। ମଙ୍ଗଳବାର ଦିନ ସମସ୍ତ ହୋମ୍-ଷ୍ଟେ ଆଖପାଖରେ ବୁଲି ପ୍ରାୟ 12:30 ବେଳେ ଫେରିବା ପରେ,

ଦେଖିଥିଲେ

ବୀର ସୋରେନ ଶୋଇଥିଲେ। ତାଙ୍କୁ ଉଠାଇବାପରେ ସେ କହିଥିଲେ ଯେ ତାଙ୍କ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା

ହେଉଛି। ଏହା ପରେ ସାଥୀମାନେ ବ୍ଲିଙ୍କିଟ୍ ମାଧ୍ୟମରେ ଅନଲାଇନ୍ ଔଷଧ ମଗାଇ ତାଙ୍କୁ ଦେଇଥିଲେ,

ଯାହା

ପରେ ସେ ପୁନଃ ଶୋଇଯାଇଥିଲେ।

ମନାଲି ଡିଏସପି କ୍ଷମାଦତ୍ତ ଶର୍ମା, କହିଛନ୍ତି ଯେ ତାଙ୍କ ସାଙ୍ଗ ଅଗ୍ନୟ

(ଉତ୍ତର ପ୍ରଦେଶର ବାସିନ୍ଦା)ଙ୍କ କଥା ଅନୁଯାୟୀ, ପ୍ରାୟ 2:30 ବେଳେ ରୁମରୁ

କିଛି ପଡ଼ିବାର ଶବ୍ଦ ଆସିଥିଲା। ରୁମକୁ ଯାଇ ଦେଖାଗଲା ଯେ ବୀର ସୋରେନ ବେଡ଼ରୁ ତଳେ ପଡ଼ିଥିଲେ।

ପରେ ତାଙ୍କୁ କୃତିନ୍ ଶର୍ମାଙ୍କ ଗାଡ଼ିରେ ମନାଲୀ ହସ୍ପିଟାଲକୁ ଆଣାଯାଇଥିଲା। ହସ୍ପିଟାଲକୁ ନେଉଥିବା

ବେଳେ ତାଙ୍କ ମୁହଁରୁ ଫେଣ ବାହାରୁଥିଲା। ହସ୍ପିଟାଲରେ ଡାକ୍ତରମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ

ସିପିଆର୍ ଦେଇଥିଲେ, କିନ୍ତୁ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande