
ନୂଆଦିଲ୍ଲୀ, 26 ଫେବ୍ରୁଆରି (ହି.ସ.)- ଶିଳ୍ପପତି ଏବଂ ରିଲାନ୍ସ ଗ୍ରୁପର ଅଧ୍ୟକ୍ଷ ୬୬ ବର୍ଷୀୟ ଅନିଲ ଅମ୍ବାନୀବ୍ୟାଙ୍କ
ଠକେଇ ସହ ସଂପୃକ୍ତ ମନି ଲଣ୍ଡରିଂ ମାମଲାରେ ଦ୍ୱିତୀୟ ପର୍ଯ୍ୟାୟର ପଚରାଉଚରା ପାଇଁ ଗୁରୁବାର ଇଡି
ସମ୍ମୁଖରେ ହାଜର ହୋଇଛନ୍ତି ।
ଅନିଲ ଅମ୍ବାନୀ ସକାଳ ପ୍ରାୟ ସାଢେ ୧୦ଟା ସମୟରେ ମଧ୍ୟ ଦିଲ୍ଲୀରେ ଅବସ୍ଥିତ କେନ୍ଦ୍ରୀୟ
ତଦନ୍ତ ଏଜେନ୍ସିର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଇଡି ତାଙ୍କୁ ବିଦେଶୀ ମୁଦ୍ରା ପରିଚାଳନା ଆଇନ
(ଫେମା) ଅନୁସାରେ ଚାଲିଥିବା ତଦନ୍ତ ସମ୍ବନ୍ଧରେ ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ଆଜି ଉପସ୍ଥିତ
ହେବାକୁ ଡାକିଥିଲା। ଏହା ପୂର୍ବରୁ ଅଗଷ୍ଟ ୨୦୨୫ରେ ତାଙ୍କୁ ପଚରାଉଚରା କରାଯାଇଥିଲା। ତଦନ୍ତ
ଏଜେନ୍ସିର କର୍ମକର୍ତ୍ତାମାନେ କହିଛନ୍ତି ଯେ, ଅନିଲ ଅମ୍ବାନୀଙ୍କ
ବିବୃତ୍ତି ଧନଶୋଧନ ନିବାରଣ ଆଇନ (ପିଏମଏଲଏ), ୨୦୦୨ ଅନୁସାରେ ରେକର୍ଡ
କରାଯିବ।
ଏହି ତଦନ୍ତ ତାଙ୍କ ଗ୍ରୁପର କମ୍ପାନୀ ରିଲାନ୍ସ କମ୍ୟୁନିକେସନ
(ଆରକମ୍)ରେ
କଥିତ ଭାବେ ୪୦ ହଜାର କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ଠକେଇ ମାମଲା ସହ ସମ୍ବନ୍ଧିତ।
ଅମ୍ବାନୀ ଓ ତାଙ୍କ ଗ୍ରୁପର ବିଭିନ୍ନ କମ୍ପାନୀଙ୍କ ବିରୋଧରେ ଋଣ ଠକେଇର ଅଭିଯୋଗ ରହିଛି।
ଇଡି ସମ୍ପ୍ରତି ଏହି ସମସ୍ତ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏକ
ବିଶେଷ ତଦନ୍ତ ଦଳ (ଏସଆଇଟି) ଗଠନ କରିଛି। ଇଡି ଶୀର୍ଷ ଆଦାଲତକୁ ଜଣାଇଛି ଯେ,
ସେ ଅନିଲ
ଧୀରୁଭାଇ ଅମ୍ବାନୀ ଗ୍ରୁପ (ଏଡିଏଜି) ବିରୋଧରେ ବ୍ୟାଙ୍କ ଋଣ ଠକେଇ
ଏବଂ ଅନ୍ୟାନ୍ୟ ଆର୍ଥିକ ଅନିୟମିତତା ଅଭିଯୋଗରେ ଧନଶୋଧନର ତିନିଟି ମାମଲା ରେଜିଷ୍ଟର କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା