
କାଜିରଙ୍ଗା, ୨୬ ଫେବୃଆରୀ (ହି.ସ.)- ଆସାମର କାଜିରଙ୍ଗାର ବାଗରୀ ଅଞ୍ଚଳରେ ପୋଲିସ ବଡ କାର୍ଯାନୁଷ୍ଠାନ କରି ପ୍ରାୟ ୪ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ କରିଛି।ପୋଲିସ ମୁଖପାତ୍ର ଗୁରୁବାର କହଛନ୍ତି ଯେ ଏହି ଉଦ୍ଧାର ଏକ ଟ୍ରକରୁ କରାଯାଇଛି।ନିୟମିତ ଯାଞ୍ଚ ସମୟରେ ଅଟକାଯାଇଥିବା ଏକ ଟ୍ରକରୁ ଏହି ଜବତ କରାଯାଇଥିଲା।ପୋଲିସ ସୂତ୍ର ଅନୁସାରେ, ଟ୍ରକରୁ ୮୦,୦୦୦ ୟାବା ଟାବଲେଟ୍ ଜବତ କରାଯାଇଛି।କୁହାଯାଇଛି ଯେ ଏହି ଟାବଲେଟ୍ ମଣିପୁରରୁ ଗୋଲପାଡାକୁ ଚାଲାଣ କରାଯାଉଥିଲା।ଘଟଣାରେ ଟ୍ରକ ଡ୍ରାଇଭର ସମେତ ରଫିକୁଲ ଇସଲାମ ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି। ସମଗ୍ର ନେଟୱାର୍କର ପର୍ଦ୍ଦାଫାସ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା