ସୀମା କ୍ଷେତ୍ରରେ ବେଆଇନ ଅତିକ୍ରମଣ ହଟାଇବା ଓ ଅନୁପ୍ରବେଶକାରୀଙ୍କୁ ବାହାର କରିବାକୁ ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ହୁଂକାର
ଅରରିୟା, 26 ଫେବ୍ରୁଆରି (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହତିନିଦିନିଆ ସୀମାଞ୍ଚଳ ଗସ୍ତରେ ଅଛନ୍ତି। କିଶନଗଞ୍ଜ ପରେ ଗସ୍ତର ଦ୍ୱିତୀୟ ଦିନ ସେ ଅରରିଆ ଜିଲ୍ଲାର ସିକଟିରେ ଅବସ୍ଥିତ ସଶସ୍ତ୍ର ସୀମା ବଳ (ଏସଏସବି)ର ୫୨ତମ ବାଟାଲିଅନର ଲେଟି ସ୍ଥିତ ବର୍ଡର ଆଉଟପୋଷ୍ଟରେ
ଅମିତ ଶାହ


ଅରରିୟା, 26 ଫେବ୍ରୁଆରି (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହତିନିଦିନିଆ ସୀମାଞ୍ଚଳ ଗସ୍ତରେ

ଅଛନ୍ତି। କିଶନଗଞ୍ଜ ପରେ ଗସ୍ତର ଦ୍ୱିତୀୟ ଦିନ ସେ ଅରରିଆ ଜିଲ୍ଲାର ସିକଟିରେ ଅବସ୍ଥିତ ସଶସ୍ତ୍ର

ସୀମା ବଳ (ଏସଏସବି)ର ୫୨ତମ ବାଟାଲିଅନର ଲେଟି ସ୍ଥିତ ବର୍ଡର ଆଉଟପୋଷ୍ଟରେ

ପହଞ୍ଚିଥିଲେ। ସେଠାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଭବନର ଉଦ୍ଘାଟନ କରିଥିଲେ।

ଏହି ଅବସରରେ ଗୃହମନ୍ତ୍ରୀ ଭାରତ-ନେପାଳ ସୀମାଞ୍ଚଳର ଦଶ କିଲୋମିଟର ପରିଧିଭିତରେ ବେଆଇନ

ଅତିକ୍ରମଣ ଓ ଅନୁପ୍ରବେଶକାରୀମାନଙ୍କ ବିଷୟରେ କଟାକ୍ଷ କରିଥିଲେ। ସେ ଘୋଷଣା କରିଛନ୍ତି ଯେ,

ସୀମାରୁ

ଦଶ କିମି ଭିତର ପର୍ଯ୍ୟନ୍ତ ଥିବା ସମସ୍ତ ବେଆଇନ ଅତିକ୍ରମଣ ହଟାଇ ଅନୁପ୍ରବେଶକାରୀମାନଙ୍କୁ

ଦେଶରୁ ବାହାର କରାଯିବ। ସୀମାଞ୍ଚଳର ଲୋକମାନଙ୍କୁ ସେ ଆଶ୍ୱାସନା ଦେଇ କହିଥିଲେ ଯେ,

ପ୍ରତ୍ୟେକ

ଅନୁପ୍ରବେଶକାରୀକୁ ବାହାର କରିବାକୁ ସେ ଦୃଢ଼ ସଙ୍କଳ୍ପବଦ୍ଧ ଅଛନ୍ତି। ଅନୁପ୍ରବେଶକାରୀମାନଙ୍କୁ

ବାହାର କରିବା ପରେ ହିଁ ସେ ଭୋଟ ମାଗିବେ ବୋଲି କହିଥିଲେ।

ସେ କହିଥିଲେ ଯେ, ଅନୁପ୍ରବେଶକାରୀମାନଙ୍କୁ ଦେଶରୁ ବାହାର

କରିବା ଏକ ବଡ଼ ଚ୍ୟାଲେଞ୍ଜ। କେନ୍ଦ୍ର ଓ ରାଜ୍ୟ ସରକାର ସହିତ ସୁରକ୍ଷା ଏଜେନ୍ସି ସମନ୍ୱୟରେ

କାର୍ଯ୍ୟଯୋଜନା ପ୍ରସ୍ତୁତ କରି ତାହାକୁ କାର୍ଯ୍ୟରୂପ ଦିଆଯିବ। ସୀମା ସୁରକ୍ଷା ପରିଚାଳନା

ଅଧୀନରେ ସୀମାରୁ ଦଶ କିମି ଭିତରେ ଥିବା ବେଆଇନ ଅତିକ୍ରମଣକୁ ହଟାଇବାକୁ ସେ ପ୍ରଥମ ପ୍ରାଥମିକତା

ବୋଲି ଘୋଷଣା କରିଥିଲେ। ଅନୁପ୍ରବେଶକାରୀମାନଙ୍କ କାରଣରୁ ହେଉଥିବା ଜନସାଂଖ୍ୟିକ ପରିବର୍ତ୍ତନକୁ

ସେ ଦେଶର ସଂସ୍କୃତି ଓ ଜନଗଠନ ପାଇଁ ଚିନ୍ତାର ବିଷୟ ବୋଲି ଉଲ୍ଲେଖ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande