ଜାମସେଦପୁର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜଗନ୍ନାଥ ମନ୍ଦିରର ନିର୍ମାଣ ସ୍ଥଳରେ କଲେ ଭୂମି ପୂଜନ
ଜାମସେଦପୁର, 26 ଫେବ୍ରୁଆରି (ହି.ସ.)- ଝାରଖଣ୍ଡର ରାଜଧାନୀ ରାଂଚିରୁ ଗୁରୁବାର ଜାମସେଦପୁରରେପହଞ୍ଚିଥିବା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୋନାରୀ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି। ତାଙ୍କ ଆଗମନ ସମୟରେ ଝାରଖଣ୍ଡର ରାଜ୍ୟପାଳ ସନ୍ତୋଷ ଗଙ୍ଗୱର, ମୁଖ୍ୟମନ୍ତ୍ରୀ
ଭୂମି ପୂଜନ


ଜାମସେଦପୁର, 26 ଫେବ୍ରୁଆରି (ହି.ସ.)- ଝାରଖଣ୍ଡର ରାଜଧାନୀ ରାଂଚିରୁ ଗୁରୁବାର ଜାମସେଦପୁରରେପହଞ୍ଚିଥିବା

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୋନାରୀ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି।

ତାଙ୍କ ଆଗମନ ସମୟରେ ଝାରଖଣ୍ଡର ରାଜ୍ୟପାଳ ସନ୍ତୋଷ ଗଙ୍ଗୱର, ମୁଖ୍ୟମନ୍ତ୍ରୀ ହେମନ୍ତ

ସୋରେନସହିତ ଅନେକ ବରିଷ୍ଠ କର୍ମକର୍ତ୍ତାମାନେ ପୁଷ୍ପଗୁଛ ଭେଟି ତାଙ୍କୁ

ଅଭିନନ୍ଦନ ଜଣାଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ଏଜେନ୍ସିମାନେ

ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରିଥିଲେ।

ଜାମସେଦପୁର ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ପ୍ରଥମ କାର୍ଯ୍ୟକ୍ରମ କଦମା ସ୍ଥିତ ଅନିଲ ସୁର

ପଥରେ ପ୍ରସ୍ତାବିତ ଜଗନ୍ନାଥ ମନ୍ଦିରଏବଂ ସ୍ପିରିଚୁଆଲ ସେଣ୍ଟର

ନିର୍ମାଣ ସ୍ଥଳରେ ଆୟୋଜିତ ହୋଇଥିଲା। ସେଠାରେ ସେ ବିଧିବତ ଭୂମି ପୂଜନ କରି ମନ୍ଦିର ନିର୍ମାଣ

କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ପୁରୀଧାମରୁ ଆସିଥିବା ପଣ୍ଡିତ

ପୁରୋହିତମାନେ ବୈଦିକ ମନ୍ତ୍ରୋଚ୍ଚାରଣ ସହିତ ସମ୍ପୂର୍ଣ୍ଣ ଅନୁଷ୍ଠାନ ସମ୍ପନ୍ନ କରାଇଥିଲେ।

ରାଷ୍ଟ୍ରପତି ମୁର୍ମୁ ସମଗ୍ର ସମୟ ଭକ୍ତିଭାବ ଓ ତନ୍ମୟତା ସହ ପୂଜା-ଅର୍ଚ୍ଚନାରେ ଅଂଶଗ୍ରହଣ

କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande