ସିକିମରେ ୪.୬ ତୀବ୍ରତାର ଭୂମିକମ୍ପ, ମୃତାହତ ନେଇ କୌଣସି ସୂଚନା ନାହିଁ
ଗାଙ୍ଗଟକ୍, ୨୬ ଫେବୃଆରୀ (ହି.ସ.)- ଗୁରୁବାର ସକାଳେ ସିକିମରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ସିକିମର ଗେଜିଂରେ ଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ଅନୁଯାୟୀ, ଗୁରୁବାର
ସିକିମରେ ୪.୬ ତୀବ୍ରତାର ଭୂମିକମ୍ପ, ମୃତାହତ ନେଇ କୌଣସି ସୂଚନା ନାହିଁ


ଗାଙ୍ଗଟକ୍, ୨୬ ଫେବୃଆରୀ (ହି.ସ.)- ଗୁରୁବାର ସକାଳେ ସିକିମରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ସିକିମର ଗେଜିଂରେ ଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ଅନୁଯାୟୀ, ଗୁରୁବାର ପୂର୍ବାହ୍ନ ୧୧ଟା ୩୪ ମିନିଟ୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ସିକିମର ଗେଜିଂ ଜିଲ୍ଲାରେ ଥିଲା, ଯାହା ଭୂମିଠାରୁ ପ୍ରାୟ ୧୦ କିଲୋମିଟର ତଳେ ଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ କରାଯାଇଛି ।

ଖବର ଲେଖାଯିବା ପର୍ଯ୍ୟନ୍ତ, ଭୂମିକମ୍ପରେ ଧନଜୀବନ ହାନୀ ନେଇ କୌଣସି ରିପୋର୍ଟ ମିଳିନାହିଁ । ସିକିମର ପୂର୍ବ ଜିଲ୍ଲାଗୁଡ଼ିକ ସହିତ ଉତର ବଙ୍ଗ ଏବଂ ପଡ଼ୋଶୀ ନେପାଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande