
ନୂଆଦିଲ୍ଲୀ, ୨୬ ଫେବ୍ରୁଆରି (ହି.ସ.) - ଉତର-ପୂର୍ବ କ୍ଷେତ୍ରର ଯୋଗାଯୋଗ ଏବଂ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ରେଳ ଭବନରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି । ଏହି ସମୟରେ ଗ୍ୱାଲିୟର, ଗୁନା ଏବଂ ଚମ୍ବଲ ଅଂଚଳ ସମେତ ଉତର-ପୂର୍ବ ଭାରତର ରେଳ ସଂଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା । ଯୋଗାଯୋଗ ମନ୍ତ୍ରଣାଳୟ କହିଛି ଯେ, ବୈଠକରେ ଚମ୍ବଲ ଅଂଚଳରେ ପ୍ରମୁଖ ଟ୍ରେନ ଗୁଡ଼ିକର ଅତିରିକ୍ତ ଷ୍ଟେଜ, ନୂତନ ଟ୍ରେନ ଗୁଡ଼ିକର ପରିଚାଳନା ଏବଂ ନୂତନ ରେଳ ଲାଇନ ନିର୍ମାଣ ସମ୍ବନ୍ଧୀୟ ପ୍ରକଳ୍ପ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ପଡ଼ି ରହିଥିବା ରେଳ ସମ୍ପ୍ରସାରଣ ପ୍ରକଳ୍ପ ଗୁଡ଼ିକୁ ତ୍ୱରାନ୍ୱିତ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ସିନ୍ଧିଆ କହିଥିଲେ ଯେ, ଉନ୍ନତ ରେଳ ସଂଯୋଗ ଯାତ୍ରୀଙ୍କ ସୁବିଧାକୁ ବୃଦ୍ଧି କରିବ । ଆଂଚଳିକ ବାଣିଜ୍ୟ, ପର୍ଯ୍ୟଟନ ଏବଂ ଶିଳ୍ପ କାର୍ଯ୍ୟକଳାପକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ସେ ଉତର-ପୂର୍ବ ଅଂଳଚରେ ରେଳ ସେବାକୁ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । କଷ୍ଟକର ଅଂଚଳରେ ଉନ୍ନତ ସଂଯୋଗୀକରଣ ଏବଂ ଭିତିଭୂମି ସମ୍ପ୍ରସାରଣ ଉପରେ ଆଲୋଚନା କରାଯାଇଥିଲା । ସେ କହିଥିଲେ ଯେ, ଜାତୀୟ ସଂହତି ଏବଂ ସନ୍ତୁଳିତ ବିକାଶ ପାଇଁ ଉତର-ପୂର୍ବରେ ଦୃଢ଼ ସଂଯୋଗୀକରଣ ଅତ୍ୟନ୍ତ ଜରୁରୀ । ସିନ୍ଧିଆ କହିଛନ୍ତି ଯେ, ମୋଦି ସରକାର ଦେଶର ସମସ୍ତ ଅଂଚଳକୁ ଆଧୁନିକ ଭିତିଭୂମି ସହିତ ସଂଯୋଗ କରିବା ପାଇଁ ପ୍ରତିବଦ୍ଧ । ୨୦୪୭ ମସିହା ପାଇଁ ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ରେଳ ସଂଯୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ