
କୋଲକାତା,୨୬ ଫେବୃଆରୀ(ହି.ସ.) – ସଲ୍ଟଲେକ ସ୍ଥିତ ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟରେ ଗୁରୁବାର ଦିନ କେନ୍ଦ୍ରୀୟ ପର୍ଯ୍ୟାବରଣ, ବନ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏକ ମହତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଛି।
ଏହି ଅବସରରେ ମହାନ୍ ସାହିତ୍ୟକାର ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ପରିବାର ସଦସ୍ୟ ଏବଂ ଶ୍ରମ ବିଭାର ପୂର୍ବ ବରିଷ୍ଠ ପଦାଧିକାରୀ ସୁମିତ୍ର ଚଟ୍ଟୋପାଧ୍ୟାୟ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ତାଙ୍କୁ ପ୍ରଦେଶ ଅଧ୍ୟକ୍ଷ ଶମିକ ଭଟ୍ଟାଚାର୍ଯ୍ୟ ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଔପଚାରିକ ରୂପେ ପାର୍ଟିରେ ସ୍ୱାଗତ କରାଯାଇଛି।
ପାର୍ଟିରେ ସାମିଲ ହେବା ପରେ ସୁମିତ୍ର ଚଟ୍ଟେପାଧ୍ୟାୟ ରାଜ୍ୟ ସରକାରଙ୍କ ରୋଜଗାର ନୀତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରୋଜଗାର ବିନିୟମ ସହିତ ଯୋଡ଼ିଥିବା ଲକ୍ଷ ଲକ୍ଷ ଯୁବକଙ୍କ ଡାଟା ଏକ ପ୍ରଶାସନିକ ଆଦେଶ ମାଧ୍ୟମରେ ହଟାଇ ଦିଆଯାଇଛି ଏବଂ ତା’ ସ୍ଥାନରେ ଏମ୍ପ୍ଲୟମେଂଟ ବ୍ୟାଙ୍କର ଗଠନ କରାଯାଇଛି, ଯେଉଁଥିରେ ପ୍ରାୟ ୪୦ ଲକ୍ଷ ଯୁବକ ପଂଜିକୃତ ଥିଲେ। ପରେ ଯୁବଶ୍ରୀ ଯୋଜନା ଆରମ୍ଭ କରାଯାଇଛି, ଯେଉଁଥିରେ ବନ୍ଦ କରିଦିଆ ଯାଇଛି। ବର୍ତମାନ ଯୁବା ସାଥୀ ଯୋଜନାରେ ବେରୋଜଗାର ଯୁବକଙ୍କୁ ପ୍ରତିଦିନ ମାତ୍ର ୫୦ ଟଙ୍କାର ସହାୟତା ଦିଆଯାଉଛି, ଯାହା ବାସ୍ତବିକ ରୋଜଗାରର ଆବଶ୍ୟକତାକୁ ପୁରା କରିବାରେ ଅସମର୍ଥ।
କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ନିଜ ସମ୍ବୋଧନରେ କହିଛନ୍ତି ଯେ ବଂକିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଦ୍ୱାରା ରଚିତ ବନ୍ଦେ ମାତରମ୍ ଦେଶରେ ରାଷ୍ଟ୍ରବାଦ ଏବଂ ଦେଶଭକ୍ତିର ଭାବନାକୁ ସୁଦୃଢ଼ କରିଛି। ସେ ସୁମିତ୍ର ଚଟ୍ଟୋପାଧ୍ୟାୟଙ୍କୁ ସ୍ୱାଗତ କରି କହିଛନ୍ତି ଯେ ବଂକିମଚନ୍ଦ୍ରଙ୍କ ଆଦର୍ଶ ଏବଂ ରାଷ୍ଟ୍ରବାଦୀ ବିଚାର ପଶ୍ଚିମବଙ୍ଗକୁ ଉନ୍ନତ ବଙ୍ଗଳାର ନିର୍ମାଣ ଦିଗରେ ପ୍ରେରିତ କରିବେ।
ସେ ଆଶା କରିଛନ୍ତି ଯେ ସମାଜର ସମ୍ମାନିତ ଏବଂ ରାଷ୍ଟ୍ରହିତ ପ୍ରତି ସମର୍ପିତ ବ୍ୟକ୍ତିମାନଙ୍କ ଭାଜପାରେ ସାମିଲ ହେବା ରାଜ୍ୟରେ ସକାରାତ୍ମକ ରାଜନୀତିକ ଏବଂ ସାମାଜିକ ପରିବର୍ତନକୁ ଆହୁରି ମଜଭୁତ କରିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି