ଉତର ବଙ୍ଗଳାରେ ପୁଣି ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୬
ସିଲୀଗୁଡ଼ି,୨୬ ଫେବୃଆରୀ(ହି.ସ.) – ସିଲିଗୁଡ଼ି ସହିତ ଉତର ବଙ୍ଗଳାର କେତେକ ଅଂଚଳରେ ଗୁରୁବାର ଦିନ ପୁଣିଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଦୋପହର ପୂର୍ବରୁ ଆସିଥିବା ଏହି କମ୍ପନରେ ସିଲିଗୁଡି, ଜଲପାଇଗୁଡ଼ି ଏବଂ ଦାର୍ଜିଲିଙ୍ଗର ବିସ୍ତୃତ ଅଂଚଳରେ ଭୟର ବାତାବରଣ ବ୍ୟାପିଯାଇଛି। ଝଟ୍କାର ପ୍ରଭାବ କୋଲକାତା
ଉତର ବଙ୍ଗଳାରେ ପୁଣି ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୬


ସିଲୀଗୁଡ଼ି,୨୬ ଫେବୃଆରୀ(ହି.ସ.) – ସିଲିଗୁଡ଼ି ସହିତ ଉତର ବଙ୍ଗଳାର କେତେକ ଅଂଚଳରେ ଗୁରୁବାର ଦିନ ପୁଣିଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଦୋପହର ପୂର୍ବରୁ ଆସିଥିବା ଏହି କମ୍ପନରେ ସିଲିଗୁଡି, ଜଲପାଇଗୁଡ଼ି ଏବଂ ଦାର୍ଜିଲିଙ୍ଗର ବିସ୍ତୃତ ଅଂଚଳରେ ଭୟର ବାତାବରଣ ବ୍ୟାପିଯାଇଛି। ଝଟ୍କାର ପ୍ରଭାବ କୋଲକାତା ପର୍ଯ୍ୟନ୍ତ ଅନୁଭବ କରାଯାଇଛି, ଯେଉଁଥିରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୪.୬ ଦର୍ଜ କରାଯାଇଛି। ଏହାର କେନ୍ଦ୍ର ସିକ୍କିମ୍ରେ ଥିଲା ଏବଂ ଝଟ୍କା ସକାଳ ୧୧ଟା ୩୪ ମିନିଟ୍ରେ ଅନୁଭୂତ କରାଯାଇଛି।

ପର୍ଯ୍ୟଟନ ସିଜନ ହେବା କାରଣରୁ ଦାର୍ଜିଲିଂ ଏବଂ ସିକ୍କିମ୍ର ପାହାଡ଼ି ଅଂଚଳରେ ବଡ଼ ସଂଖ୍ୟାରେ ପର୍ଯ୍ୟଟକ ଉପସ୍ଥିତ ଅଛନ୍ତି। ଅଚାନକ ଆସିଥିବା ଝଟ୍କା ପରେ କେତେକ ଲୋକ ହୋଟେଲ୍ରୁ ବାହାରକୁ ବାହାରି ଆସିଥିଲେ। ନିକଟରେ ସିକ୍କିମ୍ର ରାବାଙ୍ଗଳାରୁ ପ୍ରାୟ ୮ କିଲୋମିଟର ଦକ୍ଷିଣରେ ଲଗାତାର କେତେଥର ଭୂକମ୍ପ ଝଟ୍କା ଅନୁଭୂତ କରାଯାଇଥିଲା। ଉକ୍ତ ଘଟଣାର ଭୟାବହତା ଏବେ କମ୍ ହୋଇନଥିବାବେଳେ ଗୁରୁବାର ଦିନ ପୁଣି ୪.୬ ତୀବ୍ରତାର ଭୂକମ୍ପ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande