
ରାୟପୁର, 27 ଫେବ୍ରୁଆରି (ହି.ସ.)- ଛତିଶଗଡ଼
ସରକାରଙ୍କ ପୁନର୍ବାସ ନୀତି ଅନୁସାରେ ଆତ୍ମସମର୍ପଣ କରି ମୁଖ୍ୟଧାରାକୁ ଫେରିଥିବା ୧୨୦ ଜଣ
ପୂର୍ବତନ ନକ୍ସଲ ଶୁକ୍ରବାର ଛତିଶଗଡ଼ ବିଧାନସଭାରେ ପହଞ୍ଚି ଗୃହର କାର୍ଯ୍ୟ ଦେଖିଥିଲେ। ଏହି
ପଦକ୍ଷେପର ଉଦ୍ଦେଶ୍ୟ ପୂର୍ବ ନକ୍ସଲମାନଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ବ୍ୟାଲେଟ୍ର ଶକ୍ତି
ସମ୍ପର୍କରେ ପରିଚିତ କରାଇବା ଥିଲା।
ବିଧାନସଭାକୁ ପହଞ୍ଚିଥିବା
ଆତ୍ମସମର୍ପିତ ନକ୍ସଲମାନଙ୍କ ମଧ୍ୟରେ ୬୬ ଜଣ ପୁରୁଷ ଓ ୫୪ ଜଣ ମହିଳା ଥିଲେ। ସେମାନଙ୍କ ମଧ୍ୟରେ
ନକ୍ସଲ ସଂଗଠନର ପୂର୍ବତନ ସେଣ୍ଟ୍ରାଲ କମିଟି ସଦସ୍ୟ ରୂପେଶ, ବସୱା, ଚୈତୁ, ଲଲିତା ଓ ରାଜୁ ମଧ୍ୟ ଉପସ୍ଥିତ ଥିଲେ। ସଂଗଠନର ସାଧାରଣ ସଦସ୍ୟ ଥିବା
ପୂର୍ବ ନକ୍ସଲମାନେ ଦର୍ଶକ ଗ୍ୟାଲେରୀରୁ କାର୍ଯ୍ୟ ଦେଖିଥିଲେ, ଯେଉଁଥିରେ ସେଣ୍ଟ୍ରାଲ କମିଟି ସ୍ତରର ନେତାମାନଙ୍କୁ ଅଧ୍ୟକ୍ଷୀୟ ଗ୍ୟାଲେରୀରେ
ବସାଇ ଗୃହର କାର୍ଯ୍ୟ ଦେଖାଯାଇଥିଲା।
ଏହି ଦଳରେ ୨୫ ଲକ୍ଷ
ଟଙ୍କାର ପୁରସ୍କାର ଘୋଷିତ ଓ ୨୦୧୩ ମସିହାର ଝିରମ ଘାଟି ଆକ୍ରମଣର ମାଷ୍ଟରମାଇଣ୍ଡ ଚୈତୁ ମଧ୍ୟ ଥିଲେ। ସେ ପ୍ରାୟ ୩୫ ବର୍ଷ
ଜଙ୍ଗଲରେ କାଟିବା ପରେ ନଭେମ୍ବର ୨୦୨୫ରେ ଆତ୍ମସମର୍ପଣ କରିଥିଲେ ଏବଂ ବର୍ତ୍ତମାନ ସାଧାରଣ
ଜୀବନକୁ ଫେରିଆସିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା